ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳର ସାମ୍ବାଦିକ କାଶୀନାଥ ଦାଶଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହେଉଥିଲା। ସେ ଦୀର୍ଘଦିନ ଧରି ଲିଭର୍ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁଶଜ୍ୟା ନିକଟରେ ପୁଅ ଅନୁରାଗ, ବଡ଼ଭାଇ ସୋମନାଥ ଦାଶ, ବଡ଼ ଭାଇ ପୁଅ ରାଜ କିଶୋର, ଝିଅ ଖୁସୀ, ସ୍ତ୍ରୀ ସୁନୀତା ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ବର୍ଗତ ଦାଶ ୨୦୧୫ରୁ ସାମ୍ବାଦିକତା କରି ନ୍ୟୁଜ ଗ୍ୟାଲେରୀ, ପ୍ରଜାବାର୍ତ୍ତା, ସୁଶାସନ ଭଳି ପତ୍ରିକାରେ କାର୍ଯ୍ୟ କରିଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।