ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ନିବାସୀ ତଥା ସାଂସଦ ପ୍ରତିନିଧି, ଜିଲ୍ଲା କୁମ୍ଭାର ସମାଜ ସଭାପତି ଅକ୍ଷୟ ରଣାଙ୍କ ମାତା ଫୁଲମତି (୭୪)ଙ୍କ ଦେହାନ୍ତ ହୋଇଯାଇଛି | ଫୁଲମତି ଜଣେ ଧର୍ମ ପରାୟଣା ତଥା ପରୋପକାରୀ ମହିଳା ଥିଲେ | ତାଙ୍କ ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି | ଏକମାତ୍ର ପୁତ୍ର ସାଂସଦ ପ୍ରତିନିଧି ଅକ୍ଷୟ ରଣା ମୁଖାଗ୍ନି ଦେଇଥିଲେ | ଶବାଧାରରେ ବହୁ ଲୋକ ସାମିଲ ହୋଇ ଶୋକସନ୍ତପ୍ତ ପରିବାରଜନଙ୍କୁ ସମବେଦନା ଜ୍ଞାପନ କରିଥିଲେ |