ଅମୃତ ଭାରତ ଏକ୍ସପ୍ରେସକୁ ପତକା ଦେଖାଇ ଶୁଭାରମ୍ଭ କଲେ ବିଧାୟକ ଆପଲ୍ଲ ସ୍ୱାମୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜ଼ିଲ୍ଲା ରେଳବାଇ ଷ୍ଟେସନ୍ ରେ ଅମୃତ ଭାରତ ଏକ୍ସପ୍ରେସ୍ ପତକା ଦେଖାଇ ଶୁଭାରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଅବସରରେ ରାୟଗଡା ରେଳବାଇ ଷ୍ଟେସନ୍ ରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏଥିରେ ମୂଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ଆପଲ ସ୍ଵାମୀ କାଡ୍ରାକା,ରେଳ ପ୍ରବନ୍ଧକ ଅମିତାଭ ସିନା, ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍ କୁମାର,ବିଜେପି ସଭାପତି ଗୋପି ଆନନ୍ଦ,ରେଳବାଇ ଥାନା ଅଧିକାରୀ ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅମୃତ ଭାରତ ଏକ୍ସପ୍ରେସ୍ ଆଧୁନିକତା ସହ ଆରାମଦାୟକ ଯାତ୍ରାର ଅଭିଜ୍ଞତା ପ୍ରଦାନ କରେ | ଏହା ଓଡ଼ିଶାରୁ ଗୁଜରାଟକୁ ୫ଟି ରାଜ୍ୟର ବହୁ ପ୍ରମୁଖ ଜିଲ୍ଲାକୁ ସଂଯୋଗ ଥିବାରୁ ଖଣିଜ, ବୟନ ଏବଂ ବାଣିଜ୍ୟ ଓ ଶିଳ୍ପ ର ଦୂରଗାମୀ ଯାତ୍ରାର ସୁଯୋଗ ଦେଇପାରିବ | ସୁଗମତାକୁ ଉନ୍ନତ କରି ପୂର୍ବ, ମଧ୍ୟ ଏବଂ ପଶ୍ଚିମ ଭାରତରେ ସାମାଜିକ ଏବଂ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରେ l ଏହି କାର୍ଯ୍ୟକ୍ରମ ଅବସରରେ ରଚନା, ପତ୍ର ଲିଖନ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା l ପ୍ରତିଯୋଗୀତାରେ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.