କଟକ ସଦର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ 

ଓଡ଼ିଆ ବାର୍ତ୍ତା/ କଟକ (ଜଗନ୍ନାଥ ଆଚାର୍ଯ୍ୟ): ସେବା ସପ୍ତାହ ଉପଲକ୍ଷେ ରାମକୁମାରପୁର ସ୍ଥିତ ଜୀବନ ଜ୍ୟୋତି ହସ୍ପିଟାଲରେ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କିରଣ ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଯୁବମୋର୍ଚ୍ଚା ପକ୍ଷରୁ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋଗୀ ମାନଙ୍କୁ ଫଳ ବାଣ୍ଟିବା ସହ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି କରଣ କୁମାର ଲେଙ୍କା ପରିଚାଳନା କରିଥିବାବେଳେ ଯୁବମୋର୍ଚ୍ଚା ସଦସ୍ୟ ବିଜୟ ପରିଡା, ଶୁଭଙ୍କର ସେଠୀ, ପ୍ରଦ୍ୟୁମ୍ନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.