ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗିତା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଗୁଣପୁର ସ୍ଥିତ ଆଦିବାସୀ ଖେଳ ପଡିଆ ଠାରେ ଦୁଇ ଦିନିଆ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଆୟୋଜିତ ହେଉଛି। ରବିବାର ଖେଳ ଉଦଘାଟିତ ହୋଇଥିବାବେଳେ ସୋମବାର ଉଦଯାପିତ ହେବ। ଖମନପଡା ଫୁଟବଲଟିମ୍ ଆନୁକୁଲ୍ୟରେ ପ୍ରଥମ ବର୍ଷ ପାଇଁ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଛି। ସ୍ବର୍ଗତ ସାନେ ମାଝୀଙ୍କ ସୁପୁତ୍ର ଯୁବ ସମାଜସେବୀ ଚୌବନ ମାଝୀ ଆନୁଷ୍ଠାନିକ ଭାବେ ଏହି କ୍ରିଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏଥିରେ ୮ ଗୋଟି ଦଳ ଭାଗ ନେଇଛନ୍ତି। ଉଦଘାଟନୀ ମ୍ୟାଚରେ ଅତିଥି ଭାବରେ ବରିଷ୍ଠ କ୍ରୀଡା ଶିକ୍ଷକ ନାରାୟଣ ପଧାନ, ଶିକ୍ଷକ ତଥା କବି କ୍ଷିତିଶ ଚନ୍ଦ୍ର ମାଝୀ, ବରିଷ୍ଠ କ୍ରିଡାବିତ ତ୍ରିଲୋଚନ ଗୌଡିଆ, ଗାଡେବନ୍ଧ ଗ୍ରାମ ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ଅଜିତ କୁମାର ସାହୁ ଯୋଗ ଦେଇଥିଲେ। ପ୍ରଥମ ଦିବସର ଅନ୍ୟାନ୍ୟ ମ୍ୟାଚ ମାନଙ୍କରେ ଅତିଥି ଭାବେ ଗୁଣପୁର ଗୌନ୍ତିଆ କେତନ ମାଝୀ, ଦଶରଥ ଜାନୀ, ମହାଲକ୍ଷ୍ମୀ ଯୁବକସଂଘର ସଭାପତି ଗଣେଶ ମୁଣ୍ଡା, ସୁରେଶ ମାଝୀ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ରବିବାର ଦିନର ଖେଳରେ ଟକର୍ଲା, କୁସୁମପଡା, କେସିଙ୍ଗା ବୁଢ଼ାଡଙ୍ଗର ଫୁଟବଲ ଟିମ୍ ଓ ବୋରଗୁଡା ଦଳ ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସୋମବାର ଫାଇନାଲ ଓ ସେମି ଫାଇନାଲ ଖେଳ ଅନୁଷ୍ଠିତ ହେବ। ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.