ଗାଡେବନ୍ଧରେ ଏଓଏସସିଏଫର ସଚେତନତା କାର୍ଯ୍ୟକ୍ରମ ଓ ପଞ୍ଚାୟତ ସ୍ତରୀୟ ନୂତନ କାର୍ଯ୍ୟକର୍ତ୍ତା ଚୟନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଗାଡେବନ୍ଧ ଗ୍ରାମ ପଞ୍ଚାୟତରେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ (ଏଓଏସସିଏଫ) ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଏବଂ ପଞ୍ଚାୟତ ସ୍ତରୀୟ ନୂତନ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରୁଣା କମିଟିର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ନୂତନ କମିଟି ଗଠନ ଓ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ଶିକ୍ଷାବିତ ଲୋକନାଥ କରୁଆଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ନର୍ଲା ବ୍ଳକ ସଭାପତି ରଘୁନାଥ ଦୀପ, ଉପ ସଭାପତି ନରୋତ୍ତମ କରୁଆଁ, ଉପଦେଷ୍ଟା ଧରମ୍ କୁମାର ତାଣ୍ଡି, ଶିକ୍ଷାବିତ୍ ଭୈଦେବ ନିଆଲ୍, ଯୁବ ସଂଯୋଜକ ଦିଲ୍ ଦିଓ ଘର୍ଡା, କୋଷାଧ୍ୟକ୍ଷ ପଦ୍ମନ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ। ସର୍ବସମ୍ମତିକ୍ରମେ ଏଓଏସସିଏଫ ଗାଡେବନ୍ଧ ପଞ୍ଚାୟତର ନୂତନ ସଭାପତି ଭାବେ ବନମାଳୀ ତାଣ୍ଡି, ଉପସଭାପତି ଭାବେ ଦୁର୍ଯ୍ୟୋଧନ ହରପାଲ୍, କାର୍ଯ୍ୟକାରୀ ସଭାପତି ଭାବେ କେଶରୀ ବାଗ, ସାଧାରଣ ସଂପାଦକ ଭାବେ ନିଳାଞ୍ଚଳ ବିଭାର, ସହ ସଂପାଦକ ଭାବେ ଗୋରେଖ ସୁନା, କୋଷାଧ୍ୟକ୍ଷ ଭାବେ ଧରମ୍ କୁମାର ତାଣ୍ଡି ମନୋନୀତ ହୋଇଛନ୍ତି। ସେହିପରି ଭାବେ ଉପଦେଷ୍ଟା କମିଟିରେ ଚତୂର୍ଭୁଜ ସୁନା, ଜୟ ସାଗର, ଫଟୁ ସୁନା, ଅଭି କରୁଆଁ, ପବିତ୍ର ତାଣ୍ଡି, ହଲଧର ସାଗର, ଏଲିସା ବିଭାର, ଦୣପଦୀ ସୁନା, ସନ୍ତୋଷ କୁମାର, ଦିଲିପ୍ ବାଗ, ଲୈଚନ ସୁନା, ଚିନ୍ତାମଣି ସୁନା, ବୈକୁଣ୍ଠ ବାଗ ପ୍ରମୁଖ ରହିଛନ୍ତି। ଏଓଏସସିଏଫ କର୍ମକର୍ତ୍ତା ତଥା ବିଶିଷ୍ଟ କଳାକାର ନରୋତ୍ତମ କରୁଆଁ ସଭା ପରିଚାଳନା କରିଥିଲେ। ଶେଷରେ ନୂତନ ସଭାପତି ଶ୍ରୀ ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.