ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବିଗତ ପାଞ୍ଚ ଦିନ ଧରି ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇ ଅବପାତ ର ରୂପ ନେବା ଓବର୍ଷା ହେବା କଥା ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଶେଷାଜ୍ଞ ମାନେ ମତ ଦେଉଥିଲେ | ଯାହାର ପ୍ରଭାବରେ ଗଞ୍ଜାମ ଜିଲ୍ଲା କୁ ଏଲୋ ୱାର୍ନିଙ୍ଗ ଘୋଷଣା ଯାଇଥିବାରୁ ତାର ପ୍ରଭାବ ରେ ପ୍ରବଳ ବର୍ଷା ମଧ୍ୟ ଲାଗି ରହିଥିଲା |ବର୍ଷା ଲାଗି ରହିଥିବାରୁ ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ଘଟିଛି | କିଛି କ୍ଷୟ କ୍ଷତି ଘଟିଥିବା ନେଇ ପୁରୁଷୋତ୍ତମପୁର ବ୍ଲକର ପାଣ୍ଡିଆ ଛକ ଓ ଅନ୍ତରୀଗାଁ ଠାରେ ଦୁଇ ବ୍ରିଜ ଉପରେ ନଦୀର ଜଳ ସ୍ତର ର ସ୍ଥିତି ଅନୁଧ୍ୟାନ କରି ଥିଲେ ଗଞ୍ଜାମ ଜିଲ୍ଲାପାଳଭି କୀର୍ତ୍ତିଭାସନ | ତାଙ୍କର କହିବା କଥା ଯେଉପର ମୁଣ୍ଡରେ ଥିବା ଘୋଡ଼ାହାଡ଼, ଓ ପଦ୍ମା ନଦୀର ଜଳକୁ ଋଷିକୁଲ୍ୟା କୁ ନଛାଡିବା କୁ କୁହାଯାଇଛି | ବର୍ତ୍ତମାନ ଋଷିକୁଲ୍ୟା ରେ ବନ୍ୟାର ଆଶଙ୍କା ନାହିଁ | କେବଳ ପବନ ଟିକେ ହେବ ||ଲୋକମାନେ କିଛି ଭୟ ଭିତ ହୁଅନ୍ତୁ ନାହିଁ | ବର୍ତ୍ତମାନ ପୁରୁଷୋତ୍ତମପୁର ରଣ ଝାଲୀ ଠାରେ ଥିବା କେନ୍ଦ୍ରୀୟ ପାଣି ମାପକ ଯନ୍ତ୍ର ର ଅଧିକାରୀ ଙ୍କ ଠାରୁଜିଲ୍ଲାପାଳ ତଥ୍ୟପାଇଛନ୍ତି ଯେ ବର୍ତ୍ତମାନପାଣ୍ଡିଆ ବ୍ରିଜ ଠାରେ ଜଳସ୍ତରବିପଦ ସୂଚନା 16.835 ରହିଥିଲା ବେଳେ ସତର୍କ ସୂଚନା 15.834 ରହିଛି ତେଣୁ ଉପର ମୁଣ୍ଡ ରେ ପାଣି ଆସିବ ନାହିଁ ତେଣୁ ବିପଦ ର ଭୟ ନାହିଁ | କିନ୍ତୁ ନଦୀରେ ପାଣିର ସ୍ରୋତ ଅଧିକ ରହିବ ତେଣୁ ନଈକୁଳିଆ ଲୋକମାନେ ନଦୀ ଭିତର କୁ ଯିବାକୁ ବାରଣ କରିଛନ୍ତି | ଏହାସହ ଯଦି ଫସଲ ଓ ପନିପରିବା କିଛି କ୍ଷୟ କ୍ଷତି ହୋଇଥିବ ତେବେ କୃଷି ଓ ଉଦ୍ୟାନ ବିଭାଗ ତାହାର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି | ଏହାପରେ ଜିଲାପାଳ ଅନ୍ତରିଙ୍ଗା ଓ ସେଠାରୁ ଆସ୍କା ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିବାର ଜଣା ପଡିଛି | ଏଠାରେ ଜିଲ୍ଲା ପାଳ ଙ୍କ ସହ ଇରିଗେସେନ ଏସି ସୁବ୍ରତ ପଟନାୟକ, ତହସିଲଦାର ବିନୋଦ କୁମାର ବେହେରା, ଇରିଗେଶନ ନିର୍ବାହୀ ଯନ୍ତ୍ରୀଅଜିତ କୁମାର ପ୍ରଧାନ, ପୁରୁଷୋତ୍ତମପୁର ସହକାରୀ ଯେଇ ଗଙ୍ଗାଧର ଦାଶ, ଓ ପୂର୍ତ୍ତ ବିଭାଗ ଛତ୍ରପୁର ୱାର୍କ ସରକାର ପର୍ଶୁ ଗୌଡ଼ ଓ ପୁରୁଷୋତ୍ତମପୁର ଆରାଇ ପ୍ରସନ୍ନ କୁମାର ଗୌଡ଼ ଙ୍କ ସହ ଅନ୍ୟନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ |





