ନିଶାମୁକ୍ତ ଗାଁ ଲାଗି ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗାଁରେ ବେଆଇନ୍ ଭାବେ ମଦ ବିକ୍ରି ହେଉଛି। ଏଥିପାଇଁ ମଦୁଆଙ୍କ ଉତ୍ପାତ ବଢିବା ସହିତ ବିଶୃଙ୍ଖଳା ଦେଖାଦେଉଛି। ଘରର ପୁରୁଷମାନେ ମଦ୍ୟପାନ କରୁଥିବାରୁ ପରିବାରରେ ମଧ୍ୟ ଅଶାନ୍ତି ଦେଖାଦେଉଛି। ତେଣୁ ଗାଁ କୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି କୋକସରା ବ୍ଳକ ମହିମା ଗ୍ରାମ ପଞ୍ଚାୟତର ତେନ୍ତୁଳିପଡାର ମହିଳା ଗୋଷ୍ଠୀ ଓ ଜୟ ହିନ୍ଦ୍ ୱରି ଆର୍ମୀ ସଂଘର କର୍ମକର୍ତ୍ତା। ଏନେଇ ଶନିବାର ଗ୍ରାମର ଶତାଧିକ ମହିଳା ମାନଙ୍କ ସହିତ ଉଭୟ ସଂଗଠନର ସଦସ୍ୟ ମାନେ ନିଶାମୁକ୍ତ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲେ। ପରେ ଗାଁ ମୁଣ୍ଡରେ ବିକ୍ରୀ କରୁଥିବା କୁଚିଆ ମଦ ବେପାରୀଙ୍କୁ ତାଗିଦ୍ କରିବା ସହ ଆଗକୁ ମଦ ବିକ୍ରି ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ମଦବିକ୍ରୀ କରୁଥିବା କୁଚିଆ ବେପାରି ମଧ୍ୟ ରବିବାରଠାରୁ ମଦ ବିକ୍ରୀ ବନ୍ଦ କରିବା ପାଇଁ କହିଥିବା ଜଣାପଡିଛି। ଆଜିର ଏହି ସଚେତନତା ଶୋଭାଯାତ୍ରାରେ ୱାର୍ଡ ସଭ୍ୟା ଗୀତା ଭରତିଆ, ମହିଳା ଗୋଷ୍ଠୀର ସଦସ୍ୟା ରଜନୀ ପାଣିଗ୍ରାହୀ, କ୍ଷିତିସୁତା ମେହେର, ଲିଲା ସୁନାନୀ, ଜୟନ୍ତୀ ବାଣୁଆ, ତ୍ରିପୁରା ସୁନାନୀ, ସେବତୀ ନାଏକ, ଲକ୍ଷ୍ମୀ ବାଣୁଆ, ମିଥିଲା ବାଣୁଆ, ଜନନୀ ମେହେର, ମଣିରାମ ମେହେର, ରାମନାଥ ମେହେର, ସନାତନ ସୁନାନୀ, ତାରାଚନ ମେହେର, ରବି କିଶୋର ବାଣୁଆ, ଦୈତାରୀ ସୁନାନୀ, ବଳରାମ ବାଣୁଆ, ପୁରୁନ ସୁନାନୀ, ନେତ୍ର ନାଏକ, ଜଗଦୀଶ ମେହେର, ଜୟଲାଲ ସୁନାନୀ, ଲୋକନାଥ ମେହେର ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.