ଲାଞ୍ଜିଗଡ଼ରୋଡ଼ ଚଣ୍ଡୀପିଠରେ ଶାରଦୀୟ ପୂଜା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରୋଡ଼ ବାବା ସପ୍ନେଶ୍ଵର ଶିବମନ୍ଦିର ପ୍ରାଙ୍ଗଣରେ ରହିଥିବା ଚଣ୍ଡୀ ପିଠିରେ ଶାରଦୀୟ ନବରାତ୍ର ପୂଜା ସମ୍ପନ୍ନ ହୋଇଛି। ଲାଞ୍ଜିଗଡ଼ରୋଡ଼ ମହାପାତ୍ର ପରିବାରଙ୍କ ପକ୍ଷରୁ ଆୟୋଜିତ ନବରାତ୍ର ପୂଜାରେ ଦୈନନ୍ଦିନ ପୂଜା, ପାର୍ଶ୍ୱ ଦେବଦେବୀଙ୍କ ପୂଜା, ଚଣ୍ଡିପାଠ, ଅପରାଜିତା ହୋମ, ଆଳତୀ ଓ ପୂର୍ଣ୍ଣାହୁତି ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ତ୍ତା ଭାବେ ଚନ୍ଦ୍ର ଶେଖର ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ରାଜଲକ୍ଷ୍ମୀ ମହାପାତ୍ର ଦାୟିତ୍ଵ ନିର୍ବାହ କରିଥିଲେ। ମୂଖ୍ୟପୂଜକ ନିରଞ୍ଜନ ପାଢୀ ଚଣ୍ଡିପାଠ କରିଥିବା ବେଳେ ହରିଶ୍ଚନ୍ଦ୍ର ପାଢ଼ୀ, ହରେକୃଷ୍ଣ ପାଢ଼ୀ, ବିବେକ ରଥ, ସାଗର ତ୍ରିପାଠୀ, କାଶୀନାଥ ଗଉଡ଼ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ। ଏଥିରେ ଅଖଣ୍ଡ ମାନସିକ ଦୀପ ପ୍ରଜ୍ବଳନ କରାଯାଇଥିଲା। ପ୍ରତ୍ୟେହ ଭକ୍ତଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯାଇଥିଲା। ଏଥିରେ ହନୁମାନ ମନ୍ଦିର ପୂଜା କମିଟି ଓ ସଂକ୍ରାନ୍ତି ପୂଜା କମିଟିର ସମସ୍ତ ସଦସ୍ୟ ଶାନ୍ତିଶୃଙ୍ଖଳା ରକ୍ଷା ସହ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.