ପୁରୁଷୋତ୍ତମପୁରରେ ପାଳିତ ହେଲା ଆରଏସଏସର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆର.ଏସ.ଏସ.ର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପୁରୁଷୋତ୍ତମପୁର ଏନଏସିରେ ଅବସ୍ତିତ ସରସ୍ବତୀ ଶିଶୁ ମନ୍ଦିର ଳରେ ପାଳିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥୁ ଭାବେ ପୁରୁଷୋତ୍ତମପୁର ବ୍ଲକର ଏହି ସଂଘର ମୁଖ୍ୟ ଦୀନବନ୍ଧୁ ବେହେରା ଓ ମୁଖ୍ୟ ବକ୍ତା ଭାବେ ଗଂଜାମ ଜିଲ୍ଲା ସଙ୍ଘ ମୁଖ୍ୟ ଡ଼ା. ଭଗବାନ ତ୍ରିପାଠୀ ଯୋଗଦେଇଥିଲେ ।

ପ୍ରଥମେ ନରସିଂହ ବିଦ୍ୟାଳୟ ଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ସଂଘର ପ୍ରାୟ ଏକ ଶହରୁ ଅଧ‌ିକ ସଦସ୍ୟ ସଂଘର ଧ୍ଵଜା ଧରି ଏକ ପ୍ୟାରେଡ଼ ମାର୍ଚ୍ଚ କରିଥିଲେ | ତାପରେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ଠାରେ ବୈଠକରେ ଯୋଗ ଦେଇଥିଲେ ।

ପ୍ରଥମ ପର୍ଯ୍ୟାୟ ରେ ଭାରତ ମାତା ଙ୍କଫୋଟ ପାଖରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସମସ୍ତେ ସଂଘିୟ ପ୍ରାର୍ଥନା ଗାନ କରି ଥିଲେ | ଏଥିରେ ମୁଖ୍ୟ ବକ୍ତା, ସଂଘର ଇତିହାସ ଓ କେବେଠାରୁ ସଙ୍ଘର ଆରମ୍ଭ ହୋଇଥୁଲା ଏବଂ କେଉଁ ପରିସ୍ଥିତି ଦେଇ ଆଜି ସଂଘ ତାର ୧୦୦ ବର୍ଷରେ ପହଂଚି ପାରିଛି ତାହା ଉପରେ ଆଲୋକପାତ କରିଥିଲେ ।

୧୯୨୫ ମସିହାରେ ନାଗପୁରରେ ସ୍ଥାପିତ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆଜି ତାର ଶହେ ବର୍ଷ ପୂର୍ତ୍ତି ପାଳନ କରୁଛି । ସଂଘ ତାହାର ମୁଖ୍ୟ ସନ୍ଦେଶ ସମସ୍ତଙ୍କୁ ପ୍ରେରଣା ଦେଇଛି ଯେ, ସେବା ହିଁ ସଂଘର ଆଧାର, ଏବଂ ଜାତି ହିଁ ଆମର ପରମ ଦେବତା ଅଟେ । ଏହା ବିଦ୍ୟାଳୟ ରେପଢ଼ୁଥିବା ଛାତ୍ର, ଛାତ୍ରୀ ମାନଙ୍କୁ ଏକତା, ସଂସ୍କୃତି,ଦେଶଭକ୍ତି, ଓ ସେବା ଭାବନାକୁ ସେମାନଙ୍କ ମନରେ ଉଜ୍ଜୀବିତ କରିଥାଏ ।

ଏହି କାର୍ଯ୍ୟକ୍ରମ ରେ ବିଜେପିର ବହୁ ନେତା, କର୍ମୀ, ଯଥା ଅରୁଣ କୁମାର ପଣ୍ଡା, ଅନିଲ କୁମାର ପଣ୍ଡା, ପ୍ରତାପ ଦାମଲ,ସୀତାରାମ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ନାୟକ, ସୁଦର୍ଶନ ବେହେରା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ ଯଜ୍ଞନସେନ ମହାପାତ୍ର,ରାମଚନ୍ଦ୍ର ପଣ୍ଡା ନିତ୍ୟାନନ୍ଦ ଦାଶ, ସୁଶାନ୍ତ କୁମାର ବେହେରା, ଶିବରାମ ପ୍ରଧାନ, ଅନ୍ୟସଦସ୍ୟ, ସଂଘୀୟ କର୍ମୀ ବୁନ୍ଦଙ୍କ ସହିତବିଦ୍ୟାଳୟ ର ପ୍ରଧାନ ଗୁରୁଜୀ ନିରଞ୍ଜନ ଡାକୁଆ, ତାରିଣୀ ଚରଣ ଦାଶଙ୍କ ଙ୍କ ସହ ବିଦ୍ୟଳୟ ର ସମସ୍ତ ଗୁରୁଜୀ ଓ ଗୁରୁମା ଯୋଗ ଦେଇଥିଲେ | ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.