ଫକୀରମୋହନ ସାହିତ୍ୟ ପରିଷଦ ପାଳନ କଲା ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ଜୟନ୍ତୀ ସମାରୋହ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କର ୧୩୬ତମ ଜୟନ୍ତୀ ଫକୀର ମୋହନ ସାହିତ୍ୟ ପରିଷଦ ସଭା ଗୃହରେ ପାଳିତ ହୋଇଯାଇଛି।ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଅତିଥି ଓ ବକ୍ତା ରୂପେ ଫକୀର ମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଓ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗ ଦେଇଥିଲେ। ଡକ୍ଟର ଜେନା ତାଙ୍କ ଅଭିଭାଷଣରେ କହିଲେ ଯେ ସେ ଥିଲେ ଏ ମାଟିର ଦାର୍ଶନିକ ଏବଂ ସମଗ୍ର ଜୀବନ ସମାଜକୁ ତାଙ୍କର ପରିଶ୍ରମର ଛାୟା ବୃକ୍ଷଟିଏ ପରି ପ୍ରଦାନ କରିଯାଇଛନ୍ତି, ମାତ୍ର ପ୍ରତି ବଦଳରେ ଆଦୌ କୌଣସି ଫଳ ପାଇଁ ଆଶା ରଖି ନାହାଁନ୍ତି। ଡକ୍ଟର ତ୍ରିପାଠୀ ତାଙ୍କ ଅଭିଭାଷଣରେ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଅନେକ ବିଷୟରେ ପ୍ରଥମ ମାର୍ଗଦର୍ଶକର ଭୂମିକା ତୁଲାଇ ଅଛନ୍ତି। ସେ ରୁଦ୍ରାକ୍ଷରେ ଛୁଞ୍ଚି ଭଳି ନିଜେ ଫୋଡିହୋଇ ସୂତାକୁ ପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଅନେକ ପୁସ୍ତକର ରଚୟିତା ହେଲେ ମଧ୍ୟ କାଳିନ୍ଦୀ କମିଳା ଭଳି ନଷ୍ଟ ଚରିତ୍ର କିପରି ବାଲ୍ମୀକି ଭଳି ବ୍ରାହ୍ମ ଆଦର୍ଶରେ ଆଦର୍ଶବାନ ହୋଇ ଉଠିଛି ତାର ମହତ୍ୱ ସମାଜକୁ ସେ ପ୍ରଦାନ କରିଯାଇଛନ୍ତି। ପରିଷଦର ସମ୍ପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍ କଥା ରଖିଥିବା ବେଳେ ଯୁଗ୍ମ ସମ୍ପାଦକ ରାଜେଶ ଗିରି ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ। ସର୍ବଶେଷରେ ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ଶରତ ମହାପାତ୍ର, ନିରଞ୍ଜନ ରାଉତ, ପଦ୍ମଲୋଚନ ଦତ୍ତ, ତପନ ରାୟ, ମଧୁସୂଦନ ମାଝୀ, ଜୁମର ନାଥ ପାତ୍ର, କରୁଣାକର ସ, ବିଦ୍ୟାଧର ସାହୁ, ଜ୍ୟୋତ୍ସ୍ନା ରାୟ, ଅବନ୍ତୀ ପ୍ରଧାନ, ବାସନ୍ତୀ ଦେ ଆଦି ବହୁ ବୁଦ୍ଧିଜୀବୀ ସାହିତ୍ୟିକ ଲକ୍ଷ୍ମୀ ନାରାୟଣ ସାହୁଙ୍କୁ ଶୁଣିବା ପାଇଁ ଉପସ୍ଥିତ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.