ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ୟବସାୟୀଙ୍କ ଗଜଲକ୍ଷ୍ମୀ ପୂଜା ପାଇଁ ରବିବାର ଅପରାହ୍ନରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟିର ସଭାପତି ଶଙ୍କର ସାହୁ, ଉପ ସଭାପତି ଅଜୟ ପଣ୍ଡା, ସମ୍ପାଦକ ପ୍ରିତମ ସାହୁ, କୋଷାଧ୍ୟକ୍ଷ ଶ୍ରୀତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜା ମଣ୍ଡପରେ କଳସ ସ୍ଥାପନା ପରେ ଅଧିବାସ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ସଂଘର ବରିଷ୍ଠ ସଦସ୍ୟ ବିଜୟ କୁମାର ପଣ୍ଡା ଓ ତାଙ୍କ ସହଧର୍ମିଣି ପଦ୍ମିନୀ ପଣ୍ଡା ଦାୟୀତ୍ବ ନିର୍ବାହନ କରୁଥିବା ବେଳେ ଜନାର୍ଦ୍ଦନ ପାଢୀ ପୂଜା କାର୍ଯ୍ଯ ପରିଚାଳନା କରୁଛନ୍ତି। କ୍ଷେତ୍ରମଣି ପାଢୀ, ପ୍ରିତିରାଜ ପାଢୀ ଓ ଲମ୍ବୋଦର ପାଢ଼ୀ ପୂଜା କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡ଼ିଛି। ସୋମବାର ସକାଳୁ ରୀତିନୀତିରେ ଗଜ ଲକ୍ଷ୍ମୀ ପୁଜା ଚାଲିବ। ୬ ଓ ୭ ତାରିଖ ଦୁଇଦିନ ଧରି ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ରଖିଛି କମିଟି। ଲକ୍ଷ୍ମୀ ପୂଜା କମିଟିର ବରିଷ୍ଠ ସଦସ୍ୟ ସୁବୋଧ ମିଶ୍ର, ସଞ୍ଜୟ କୁମାର ପଣ୍ଡା, ନିକୁଞ୍ଜ ଦତ୍ତା, କାନ୍ତୁ ସାହୁ, ପିଣ୍ଟୁ କମାନୀ, ରାଜେଶ ଅଗ୍ରୱାଲ, ପ୍ରସାଦ ଗାବଲି, ରାଜା ଅଗ୍ରୱାଲ, ଆକାଶ ଖେତାନ, ଶୁଭମ ଅଗ୍ରୱାଲା, ଗୋଲୁ ଖେତାନ, ଚିନ୍ମୟ ଚାନ୍ଦ, ପୁରବ ଅଗ୍ରୱାଲ, ଅଶୋକ ପ୍ରଧାନୀ ପ୍ରମୁଖ ବିଭିନ୍ନ ଦାଇତ୍ୱରେ ରହି ପୂଜା ପରିଚାଳନା କରୁଥିବା ଜଣାପଡିଛି। ଆସନ୍ତା ଅକ୍ଟୋବର ୮ ତାରିଖ ବୁଧବାର ସକାଳେ ପୂର୍ଣ୍ଣାହୁତି ପଡ଼ିବ ଓ ଅପରାହ୍ନରେ ମୂର୍ତ୍ତୀ ବିସର୍ଜନ କରାଯିବ ବୋଲି କମିଟି ସୂତ୍ରରୁ ଜଣା ପଡ଼ିଛି।





