ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ାରେ ୧୦ତମ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ରବିବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ମହିଳାଙ୍କ ଦ୍ୱାରା ନିକଟସ୍ଥ ଜଳାଶୟରୁ ଜଳ ସଂଗ୍ରହ ପରେ ଜଳପୂର୍ଣ୍ଣ କଳସକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା | ଦୁଃଖିଶ୍ୟାମ ରଣା, ବିଷ୍ଣୁପ୍ରିୟା ରଣା, ବିରଞ୍ଚି ରଣା, ମୋହିନୀ ରଣା କର୍ତ୍ତା ରହିଥିବାବେଳେ ଗଣେଶ ଠାକୁର, କପିଳେନ୍ଦ୍ର ତ୍ରିପାଠୀ ପୂଜକ ଦାୟିତ୍ୱ ନିର୍ବାହ କରୁଛନ୍ତି | ସୁନୀଳ ମିଶ୍ର (ପାଟଣାଗଡ଼) ବ୍ୟାସ ରହିଛନ୍ତି | ପୂଜା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଓ ପ୍ରତି ରାତ୍ର ଦଣ୍ଡନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଆୟୋଜକ କମିଟି ସୂତ୍ରରୁ ପ୍ରକାଶ | ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି |





