ବାଲେଶ୍ଵର ଜିଲ୍ଲା ଏୟାର ଫୋର୍ସ ଆସୋସିଏନ ପକ୍ଷରୁ ପାଳିତ ହେଲା ବାୟୁ ସେନା ଦିବସ : ରାଷ୍ଟ୍ରର ସୁରକ୍ଷା ସହ କଲ୍ୟାଣ ମୂଳକ କାର୍ଯ୍ୟରେ ସହଯୋଗ କରିବାକୁ ପ୍ରତିବଦ୍ଧ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଏୟାର ଫୋର୍ସ ଆସୋସିଏସନ ପକ୍ଷରୁ ଗତକାଲି ସ୍ଥାନୀୟ ଭେନ୍ୟା ପାରାଡାଇଜ୍ କଲ୍ୟାଣ ମଣ୍ଡପରେ ବାୟୁସେନା ଦିବସ ପାଳିତ ହୋଇଯାଇଛି। ଆସୋସିଏସନର ଜିଲ୍ଲା ସଭାପତି ଏୟାର ଭେଟେରାନ ଶିବଦାସ କୁଣ୍ଡୁଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଏଏଫଏର ଓଡିଶା ରାଜ୍ୟ ଶାଖା ସଭାପତି ଅବସରପ୍ରାପ୍ତ ଏୟାର୍ କୋମଡୋର୍ ଅରବିନ୍ଦ ମହାନ୍ତି କହଥିଲେ କି ବାୟୁସେନାର ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ମାନେ ଦେଶମାତୃକା ପାଇଁ କାର୍ଯ୍ୟ କରି ଆସିଥିଲା ବେଳେ ଏବେ ସମାଜର କଲ୍ୟାଣ ପାଇଁ କାମ କରୁଛନ୍ତି। ବାୟୁସେନାର କର୍ମଚାରୀ ଗୋଟିଏ ପରିବାର ଭଳି କାମ କରନ୍ତି। କଟକର ଆସୋସିଏସନ ଭଳି ବାଲେଶ୍ଵର ଆସୋସିଏସନ୍ ମଧ୍ୟ ସକ୍ରିୟ ରହିଛି ଦେଖି ସେ ଆନନ୍ଦ ବ୍ୟକ୍ତ କରିଥିଲେ। ରାଜ୍ୟ ସମ୍ପାଦକ ଅବସର ପ୍ରାପ୍ତ ସ୍କ୍ୱାର୍ଡନ୍ ଲିଡର୍ ଅରବିନ୍ଦ ପଣ୍ଡା ଅଧିକରୁ ଅଧିକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆସୋସିଏସନରେ ସାମିଲ କରିବା ସହ ପ୍ରତ୍ୟେକ ବୈଠକ ଓ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ଏହା ସହ ଅବସରପ୍ରାପ୍ତ କର୍ମଚାରୀମାନେ ବାୟୁସେନା ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ପେନସନ ଓ ମୃତ୍ୟୁ ପରବର୍ତ୍ତୀ ସମସ୍ତ ସୁବିଧା ପାଇବା ଲାଗି ନିଜ ଚାକିରୀ ଓ ପେନସନ ସମ୍ପର୍କିତ କାଗଜପତ୍ର ପତ୍ନୀଙ୍କୁ ଦେବା ଆବଶ୍ୟକ ରହିଛି ବୋଲି କହିଥିଲେ। ଆସୋସିଏସନର ମହିଳା ଶାଖା ପ୍ରତିଟି ଓଡ଼ିଆ ପର୍ବପର୍ବାଣି ଓ ରାଷ୍ଟ୍ରୀୟ ବାୟୁସେନା ଦିବସକୁ ପାଳନ କରୁଥିବାରୁ ଶ୍ରୀ ପଣ୍ଡା କୃତଜ୍ଞତା ଜ୍ଞାପନ କରିଥିଲେ। ରାଜ୍ୟ ଶାଖା ଉପଦେଷ୍ଟା ଅରୁଣ ରଶ୍ମି ମହାନ୍ତି, ଜିଲ୍ଲା ଶାଖା ସମ୍ପାଦକ ଏୟାର ଭେଟେରାନ ମହେଶ୍ୱର ବେହେରା ଓ ଜିଲ୍ଲା ଶାଖା ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ମଧ୍ୟ ଏହି ଅବସରରେ ଉଦବୋଧନ ଦେଇ ଆସୋସିଏସନର ମୁଖ୍ୟ ଉଦ୍ଦେଶ୍ୟ ଓ ଦାବିଗୁଡିକ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏୟାର ଭେଟେରାନ ତଥା ସଭାପତି ଶିବଦାସ କୁଣ୍ଡୁ ସୈନିକ ବୋର୍ଡରେ ଥିବା ବିଭିନ୍ନ ଅସଂଗତି ସମ୍ପର୍କରେ ଅବଗତ କରାଇଥିଲେ। ସୁଜୟ ଦାସ ମଞ୍ଚ ପରିଚାଳନା କରିଥିଲା ବେଳେ ଶେଷରେ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ମିନତୀ ସାହୁଙ୍କ ନେତୃତ୍ୱରେ ଅପରାହ୍ନରେ ମହିଳାମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏୟାର ଭେଟେରାନ ତଥା ଜିଲ୍ଲା ସମ୍ପାଦକ ମହେଶ୍ୱର ବେହେରାଙ୍କୁ ଜାତୀୟ ସ୍ତରରେ ସମ୍ବର୍ଦ୍ଧନା ପ୍ରଦାନ ଲାଗି ନିଷ୍ପତ୍ତି ନିଆ ଯାଇଥିବାରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.