ସେରିଗୁମା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ସେରିଗୁମା ପଞ୍ଚାୟତ ପ୍ରାଥମିକ ସେବାଶ୍ରମ ତଳ ଅଞ୍ଚଳବାଡ଼ି ଠାରେ ସେରିଗୁମା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ ହୋଇଯାଇଛି | ସେବାଶ୍ରମର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତ୍ରିନାଥ ଶବର ଙ୍କ ସଭାପତିତ୍ୱରେ କ୍ଲଷ୍ଟର ସଂଯୋଜକ ଶ୍ରୀ ଲକ୍ଷ୍ମଣ କଣ୍ଡାଗରୀ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲ୍ୟାଣ ସିଂହପୁର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମୋହନରାଓ କଣ୍ଡାଗରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | କାର୍ଯ୍ୟକ୍ରମରେ କ୍ଲଷ୍ଟର ସ୍ତରରୁ ଆସି ପହଞ୍ଚିଥିବା ଛାତ୍ର ଛାତ୍ରୀ ମାନଙ୍କୁ କନିଷ୍ଟ, ବରିଷ୍ଠ ଓ ଭିନ୍ନକ୍ଷମ ଭାବେ ବିଭକ୍ତ କରି ହସ୍ତାକ୍ଷର, ତର୍କ, ସଂଗୀତ ତଥା କୁଇଜ୍ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା | କାର୍ଯ୍ୟକ୍ରମକୁ ସମ୍ପୂର୍ଣ ରୂପରେଖ ଦେଇ ସାଫଲ୍ୟ ଦେବା ଦିଗରେ ଶିକ୍ଷକ ହୃଦୟାନନ୍ଦ ଆଚାର୍ଯ୍ୟ,କେଦାର ନାଥ ସାହୁ,ଉମାକାନ୍ତ ପାଢ଼ୀ, ଅଜୟ ପାଣିଗ୍ରାହୀ, ଜେ.ପ୍ରସାଦ, ଦାଶରଥି ବେହେରା, ଅଜିତ ପାଣିଗ୍ରାହୀ, ନୃସିଂହ ଚରଣ ପାତ୍ର, ପି.ଭି.ରାଓ, ସୋରଜ କୁମାର ରାଇଗୁରୁ, ପ୍ରଶାନ୍ତ ମାଝୀ, ପ୍ରଦୀପ କୁମାର ହିମିରିକା, ଡମ୍ବରୁ ଧର ତଥା କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.