ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ବିଜୁ ଜନତା ଦଳର କଳାହାଣ୍ଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ନୂଆପଡ଼ା ଜିଲ୍ଲା ଗସ୍ତ ସମୟରେ ଧର୍ମଗଡ ଡାକ ବଙ୍ଗଳା ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଧର୍ମଗଡ଼ ବ୍ଲକ୍ ବିଜେଡ଼ି ସଭାପତି ଡାକେ ଲହଜଲଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ଶ୍ରୀ ଦିଶାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ସଂଘଠନ ବିଷୟରେ ବାର୍ତ୍ତାଳାପ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ଥବିର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ପ୍ରଣବ ପ୍ରକାଶ ଭଏସାଲ, ସନ୍ତୋଷ ପାଢ଼ୀ, ପ୍ରମୋଦ ହଂସ, ଜଳ ନାଏକ, ସରଧାକର, ରତନ ନାଏକ, ସ୍ଵାଧୀନ ବାଗ ଫୁଲେଶ୍ୱର୍ ସେନାପତି, ରାଜା ହାତୀ, ଭବାନୀ ନାଏକ, ଲବଣୀ ଯାଦବ, ସୁନିଲ ଭଏସାଲ ପ୍ରମୁଖ ଉପସ୍ଥିତ ଥିଲେ।