ବିଜୟ ହାଇସ୍କୁଲକୁ ଜୁନିୟର କଲେଜ ମଞ୍ଜୁରୀକୁ ନେଇ ତିବ୍ର ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଠାରେ ଥିବା ବିଜୟ ହାଇସ୍କୁଲକୁ ଜୁନିୟର କଲେଜ ମଞ୍ଜୁରୀ କରିଥିବା ନିଷ୍ପତିକୁ ତିବ୍ର ବିରୋଧ କରିବା ସହ ଖୁବ ଶୀଘ୍ର ଏହି ନିଷ୍ପତ୍ତି କୁ ସରକାର ପ୍ରତିହାର କରନ୍ତୁ ବୋଲି ଅଭିଭାବକ, ଜିଲ୍ଲା ବିକାଶ ପରିଷଦ ଓ ବୁଦ୍ଧିଜୀବି ମାନେ ଦାବୀ କରିଛନ୍ତି l ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଜୁନିୟର କଲେଜ ଖୋଲିବା ନେଇ ବିଜ୍ଞାପନ ନୀତି ନିୟମ ପ୍ରକାରେ ୧୨୮ ଟି ଜୁନିୟର କଲେଜ ଖୋଲିବା ପାଇଁ ସରକାର ଙ୍କ ଅନ ଲାଇନ ମାଧ୍ୟମରେ ଆବେଦନ କରିଥିଲେ । ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ବାଧ୍ୟତା ମୂଳକ ରହିଥିବା ବେଳେ ମାତ୍ର ୪ ଜଣକୁ ହିଁ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ମିଳିଥିଲା ।ଇତି ମଧ୍ୟରେ ୩ ମାସ ହେବ ଶିକ୍ଷା ବର୍ଷ ସରିଥିବା ବେଳେ ଓ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନଥିବା ରାଇକିଆ ହବାକ ଉଚ୍ଚ ବିଦ୍ୟାଳୟ କୁ କିଭଳି ମାଧ୍ୟମିକ ବିଦ୍ୟାଳୟ ଗଠନ ପାଇଁ ଅନୁମତି ମିଳିଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ପୂର୍ବରୁ ରାଇକିଆ ଠାରେ ୫ ଟି ମାଧ୍ୟମିକ ବିଦ୍ୟାଳୟ ରହିଛି । ସରକାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମାଧ୍ୟମିକ ବିଦ୍ୟାଳୟ ରେ ପରିଣତ କରୁଥିବା ବେଳେ ସେଥିରେ ଥିବା ସିଟ ପୂରଣ ହେଉ ନଥିବା ସ୍ଥଳେ ପୁଣି ଏକ ଉଚ୍ଚ ବିଦ୍ୟାଳୟ କୁ କିପରି ମାଧ୍ୟମିକ ବିଦ୍ୟାଳୟ କୁ ଅନୁମତି ପ୍ରଦାନ କରି ଉଚ୍ଚ ମାନର ଶିକ୍ଷା ଓ ଶିକ୍ଷା ନୀତି ସହ କାହିଁକି ଖେଳ ଖେଳୁଛନ୍ତି ତାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ନିରପେକ୍ଷ ତଦନ୍ତ କରିବାକୁ ଅଭିଭାବକ, ଜିଲ୍ଲା ବିକାଶ ପରିଷଦ ଓ ବୁଦ୍ଧିଜୀବି ମହଲ ରୁ ଦାବୀ ହୋଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.