ତହିସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତୀଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ନୂତନ ବ୍ଳକ ଓ ପଞ୍ଚାୟତ ଗଠନ ପାଇଁ ଯେଉଁ ବିଜ୍ଞାପନ ବାହାର କରିଥିଲେ ସେଥି ପାଇଁ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ମଧ୍ୟରୁ ବିଷମକଟକ ବ୍ଳକ ମଧ୍ୟ ଭାଗ ହୋଇ ନୂତନ ବ୍ଳକ ଗଠନ ପାଇଁ ପ୍ରସ୍ତାବ ରହିଛି । ବିଷମ କଟକ ବ୍ଳକ ୨୧ ଗୋଟି ପଞ୍ଚାୟତ କୁ ନେଇ ଗଠନ ହୋଇଥିବା ବେଳେ ଜିଲ୍ଲା ପରିଷଦ ଜୋନ ୨ଗୋଟି ରହିଛି । (କ) ଜୋନ୍ ରେ ୧୦ ଗୋଟି ଏବଂ (ଖ ) ଜୋନ୍ ରେ ପ୍ରାୟ ୧୧ ଗୋଟି ପଞ୍ଚାୟତ ତଥା ସାହାଡ଼ା, ଡୁମୂନେଲୀ, ଦୁର୍ଗୀ, କଣାବାଇ, ବି.ପଡ଼ା, କୁମାର ଧାମୁଣୀ, ତୁଆପାଡ଼ି, ହଜାରିଡାଙ୍ଗୁ, ରାସକୋଲା, ଝିଗିଡ଼ି ଗ୍ରାମ ପଞ୍ଚାୟତ ରହିଅଛି। ବିଷମକଟକ ବ୍ଲକର ଦୁର୍ଗୀ ପଞ୍ଚାୟତକୁ ଗମନା ଗମନର ସୁବିଧା ସହ ଆଦର୍ଶ ବିଦ୍ୟାଳୟ,ସ୍ୱାସ୍ଥ୍ୟ ସେବାର ସୁବିଧା ରହିଥିବା ବେଳେ ଆଜି କୁମ୍ଭାର ଧାମୁଣୀ ର ସ୍ଵେଚ୍ଛାସେବୀ ଶ୍ରୀ ସୁଶାନ୍ତ ତୁଇକା, ସରପଞ୍ଚ କେଶବ କୁମ୍ବୁରିକା ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ବହୁ ଭଦ୍ର ବ୍ୟକ୍ତି ଏକତ୍ର ହୋଇ ବିଷମ କଟକ ର ଅଧିଷ୍ଟାତ୍ରୀ ଦେବୀ ମାଁ ମାର୍କମାଙ୍କ ଠାରେ ପୂଜାର୍ଚ୍ଚନା କରି ସ୍ଥାନୀୟ ତହସିଲଦାର ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ମଧ୍ୟ ଭେଟି ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଭୌଗଳିକ ଦୁଷ୍ଟି ରୁ କୁମ୍ଭାରଧାମୁଣୀ ଠାରେ ନୂତନ ବ୍ଳକ ଗଠନ ହେଲେ ସମସ୍ତ ପଞ୍ଚାୟତକୁ ଯୋଗାଯୋଗ ଓ ଗମନା ଗମନ ପାଇଁ ସୁବିଧା ହେବ ବୋଲି ଦାବିପତ୍ର ପ୍ରଦାନକାରୀ ମାନେ ସୂଚନା ଦେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.