ଡୁକେରଚଚରା ଗାଁରେ ୨୮ତମ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଡୁକେରଚଚରା ଗାଁରେ ୨୮ତମ ଗିରିଗୋବର୍ଦ୍ଧନ ପୂଜା ତଥା ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ସୁବାସ ରାଜପଲିଆ, ପଦ୍ମାବତୀ ରାଜପଲିଆ କର୍ତ୍ତା, ରଜନୀକାନ୍ତ ଦାସ ପୂଜକ, ମୁକେଶ ହୋତା ଜପକ ଦାୟିତ୍ୱ ତୁଲାଇଥିଲେ |ପଞ୍ଚାୟତ ଯାଦବ ସମାଜ ସଂପାଦକ ଅନ୍ତର୍ଯ୍ୟାମୀ ରାଜପଲିଆ, ଧର୍ମୁ ବଗର୍ତ୍ତୀ, ବିଶିଷ୍ଟ ସଂକୀର୍ତ୍ତନ୍ୟ କଳାକାର ମହାଦେବ ସୁନାନୀ, ଦୟା ରାଜପଲିଆ, ଅଜାମ୍ବିଳ ଘିଭେଲା, ଗୋପବନ୍ଧୁ ବଗର୍ତ୍ତୀ, ପୁରନ୍ଦର ବଗର୍ତ୍ତୀ, ଅପକାରି ଘିଭେଲା, ହୣଷିକେଶ ରାଜପଲିଆ, ପ୍ରଶନ୍ନ ଦୀପ, ରଞ୍ଜିତ, ବିରଞ୍ଚି, ରମାକାନ୍ତ ରାଜପଲିଆଙ୍କ ସମେତ ସମସ୍ତ ଯାଦବ ସମାଜ ସହଯୋଗ କରିଥିଲେ | ସେହିପରି ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲିରେ ଗିରିଗୋବର୍ଦ୍ଧନ ପୂଜା, ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ହରିଶ୍ଚନ୍ଦ୍ର ବଗର୍ତ୍ତୀ, ହରିପ୍ରିୟା ବଗର୍ତ୍ତୀ କର୍ତ୍ତା ତଥା ବୃନ୍ଦାବନ ମହାନ୍ତି, ବଳରାମ ଠାକୁର ପୂଜକ ରହିଥିଲେ | ବଂଶୀଧର ସୁନାନୀ, ଯୁବରାଜ ବଗର୍ତ୍ତୀ, ଅନନ୍ତ କାଲସାଏ, ଚନ୍ଦ୍ରଭାନୁ ବଗର୍ତ୍ତୀ, ମାଟୁ ବଗର୍ତ୍ତୀ, ମହେନ୍ଦ୍ର ବାଗ, କୁଞ୍ଜବିହାରୀ ବଗର୍ତ୍ତୀଙ୍କ ସମେତ ପଞ୍ଚାୟତ ଯାଦବ ସମାଜ ସଦସ୍ୟ ସହଯୋଗ କରିଥିଲେ | ଉଭୟ ସ୍ଥାନରେ ପ୍ରତି ରାତ୍ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.