ଗୋଲାବାରୁଦ କାରଖାନା ବଡ଼ମାଳ ତରଫରୁ ପୋଖରୀର ପୁନଃରୁଦ୍ଧାର ଓ ତା’ର ଶୁଭ ଉଦଘାଟନ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଗୋଲାବାରୂଦ କାରଖାନା ବଡ଼ମାଳ ପକ୍ଷରୁ ମିଉନିସନ୍ସ ଇଣ୍ଡିଆ ଲିମିଟେଡ଼ ଏମଆଇଏଲ ର ବ୍ୟବସାୟାକ ସାମାଜିକ ଦାୟିତ୍ୱ ସିଆରସି ପାଣ୍ଠିରୁ ସଇଁତଲା ବ୍ଲକ ରେଙ୍ଗାଲି ଗ୍ରାମର ‘ତାଲ୍ ମୁଣ୍ଡା’  ପଖୋରୀର ପୁନଃଉଦ୍ଧାର ତଥା ଏହାର ପଥର ଆଡ଼ିବନ୍ଧ ନିର୍ମାଣ କରାଯାଇଛି। ଏହି ପୋଖରୀର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କାରଖାନାର ମୁଖ୍ୟ ପ୍ରବନ୍ଧକ ପ୍ରଦୀପ କୁମାର ଦାଶ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାପ୍ରବନ୍ଧକ ପ୍ରଭାସ ଭୋଇ, ଭାରପ୍ରାପ୍ତ ଅଧିକାରୀ ହିମାଂଶୁ କୁମାର ତ୍ରିପାଠୀ, ଲୋକ ସମ୍ପର୍କ ଅଧିକାରୀ ଦିଲୀପ ଚନ୍ଦ୍ର ପଟ୍ଟନାୟକ, ପ୍ରବନ୍ଧକ ସୁରେଶ୍ୱର ମେହେର, କନିଷ୍ଠ କାର୍ଯ୍ୟ ପ୍ରବନ୍ଧକ ପ୍ରକଶ ଚନ୍ଦ୍ର ସାହୁଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀଗଣ ଉପସ୍ଥିତ ଥିଲେ। ସ୍ଥାନୀୟ ସରପଞ୍ଚ ଯୁଗଲାଲ ମାଝୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଲବେନ୍ଦ୍ର ବେହେରା, ରାଜକୁମାର ବେହେରା ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଗାଁ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.