କରମତଲାରେ ଗିରି ଗୋବର୍ଦ୍ଧନ ମହୋତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲାରେ ବାରପାଲି ଯାଦବ ସମାଜ ଆନୁକୂଲ୍ୟରେ ୩୫ ତମ ଗିରି ଗୋବର୍ଦ୍ଧନ ମହୋତ୍ସବ ଉଦଯାପିତ ହୋଇଛି | ବ୍ଲକ ଯାଦବ ସମାଜ ସଭାପତି ମନୋହର ବାଗଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ ସତ୍ୟନାରାୟଣ ବଗର୍ତ୍ତୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ସଇଁତଲା ସରପଞ୍ଚ ତଥା ଜିଲ୍ଲା ଯୁବ ଯାଦବ ସମାଜ ସଭାପତି ସୁବ୍ରତ ନାଗ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ପର୍ଶୁରାମ ବଗର୍ତ୍ତୀ, ନିତେଇ ମହାକୁର, ପାଇକ ବାଗ, ରୋହିତ ବାଗ, ସୁରେଶ ବାଗ, ଦେବେନ୍ଦ୍ର ବାଗ, ପ୍ରହ୍ଲାଦ ପୋଢ଼, ନରୋତ୍ତମ ବଗର୍ତ୍ତୀ, ଟିକେଶ୍ୱର ବାଗ, ମାୟାଧର ବାଗ ପ୍ରମୁଖ ମଞ୍ଚାସିନ ରହିଥିଲେ | ଏହି ଅବସରରେ ସାମ୍ବାଦିକ ରମାକାନ୍ତ ରାଜପଲିଆ ଓ ପ୍ରମୋଦ କୁମାର ସେଲମାଙ୍କୁ ଉପଢୌକନ, ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା | ମାନବେନ୍ଦ୍ର ବାଗ, ଜ୍ୟୋତିରାଜ ବାଗ, କୃପା ବାଗ, ସାଗର ଖର୍ସେଲ, ଶୁଭ୍ରାଂଶୁ ମହାକୁର, ରଜନୀକାନ୍ତ ବଗର୍ତ୍ତୀ, ସୌମ୍ୟ ବାଗ, ପୃଥ୍ଵୀରାଜ ମହାକୁର, ବୈଲୋଚନ ବଗର୍ତ୍ତୀ, ବିକେଶ ବାଗ, ବିକୁଲ ବାଗ, ପଦ୍ମିନୀ ବାଗ, ନେହା ବାଗ, ଟିନା ବାଗ, ତିଳୋତ୍ତମା ବାଗ, ଛୁମୁକା ବାଗ, ଶାମୁକା ବାଗ, କରିନା ଘିଭେଲାଙ୍କ ସମେତ ଶତାଧିକ ଯୁବ ଯାଦବ ସମାଜ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.