ହାଇଦ୍ରାବାଦର ଚିନାଟେକୁର ଠାରେ ବସ ଦୁର୍ଘଟଣା ହୋଇ ଓଡ଼ିଶା ଯୁବକଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ମୁନିଗୁଡ଼ା (ପଦ୍ମନ ଭତ୍ରା): ହାଇଦ୍ରାବାଦ୍ ସହର ଠାରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ବସ୍ କୁରନୁଲ ଜିଲ୍ଲା ଚିନାଟେକୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ନିଆଁ ଲାଗିବା ଘଟଣାରେ ଓଡ଼ିଶାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଏକ ହୃଦୟ ବିଦାରକ ଖବର ଆସି ପହଞ୍ଚିଛି । ଯୁବକ ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର କେଙ୍ଗୁଆ ଦୀପକ କୁମାର | ସେ ହାଇଦ୍ରାବାଦ ରେ ନିଜ ଭଉଣୀ ମାନଙ୍କ ସାଙ୍ଗରେ ରହୁଥିବା ବେଳେ ବାଙ୍ଗାଲୋର ରେ ଆଇଟ ସେକ୍ଟର ରେ ସପ୍ଟ ଓୟାର ଇଞ୍ଜୀନିୟର କାମ ପାଇଁ ଗତ ୨୩ ତାରିଖ ଦିନ ହାଇଦ୍ରାବାଦ୍ ରୁ ବସ ଯୋଗେ ବାଙ୍ଗାଲୋର ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । କେ ଦୀପକ କୁମାର ବାପା ମାଆର ଗୋଟିଏ ବୋଲି ସନ୍ତାନ ହୋଇଥିବାରୁ ପରିବାର ଏକ ପ୍ରକାର ଭାଙ୍ଗି ପଡିଛନ୍ତି । ତେବେ ଆଜି ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହ ଡ଼ି ଏନ ଏ ଟେଷ୍ଟ ପରେ କେ ଦୀପକ କୁମାର ମୃତ୍ୟୁ ବରଣ କରିଥିବା ସ୍ପଷ୍ଟ ହୋଇଥିଲା | ତେବେ ମୃତ ଦେହକୁ ୪୮ ଘଣ୍ଟା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ଏହା ଫଳରେ ଅଞ୍ଚଳବାସୀ ସରକାରୀ ସହାୟତା ପାଇଁ ଓଡ଼ିଶା ସରକାର ଙ୍କୁ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.