ସନ୍ଧିବାହାଲିରେ ହାତୀପଲ: ଫସଲ ଉଜାଡ଼ିଲେ, ଘର ଭାଙ୍ଗିଲେ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ମୁରିବାହାଲ ବନାଞ୍ଚଳ ଗୁଡ଼ିଘାଟ ବନଖଣ୍ଡ ରେଙ୍ଗାଲି ବିଟ ତଥା ବାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ସନ୍ଧିବାହାଲି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହାତୀପଲ ଚାଷୀଙ୍କ ଫସଲ ନଷ୍ଟ କରିବା ସହ ୩ଟି ଘରକୁ ଭାଙ୍ଗି ଦେଇଛନ୍ତି | ଗ୍ରାମର ତୀର୍ଥବାସୀ ମେହେରଙ୍କ ଜମିର ଧାନ ଖାଇ, ମାଡ଼ି ନଷ୍ଟ କରିବା ସହ ଗୋଟିଏ ଘର ଭାଙ୍ଗିଛନ୍ତି | ତ୍ରିନାଥ ମେହେରଙ୍କ ଜମିର ଧାନ ଏବଂ କୋବି, କଦଳୀ, ଆମ୍ବ, ବର କୋଳି ବଗିଚା ନଷ୍ଟ କରିବା ସହ ବୋର(ପାଣି ପମ୍ପ)କୁ ଭାଙ୍ଗି ଦେଇଛନ୍ତି ହାତୀ ପଲ | ସେହିପରି ପରମେଶ୍ୱର ମେହେର ଓ ସୁଦର୍ଶନ ମେହେରଙ୍କ ଧାନ ଫସଲ ନଷ୍ଟ ସହ ଉଭୟଙ୍କ ଗୋଟିଏ ଲେଖାଏଁ ଘର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି | ଫସଲ ନଷ୍ଟ ଓ ଘର ଭାଙ୍ଗିବା ପରେ ହାତୀପଲ ନିକଟସ୍ଥ ନୀଳଗିରି ନର୍ସରୀ ମଧ୍ୟରେ ରହିଥିବା ଆଲୋଚନା ହେଉଛି | ହାତୀ ପଲର ଉପସ୍ଥିତି ନେଇ ଅଞ୍ଚଳରେ ଭୟର ବାତାବରଣ ରହିଛି | ଏଭଳି ସ୍ଥିତିରେ କ୍ଷୟ କ୍ଷତି ଆକଳନ ପୂର୍ବକ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବାକୁ ଚାଷୀ ମହଲରେ ଦାବି ହେଉଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.