ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ତରଫରୁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ରାଷ୍ଟ୍ରୀୟ ଏକତା ଦିବସ ତଥା ଭାରତର ଏକତା ଓ ଅଖଣ୍ଡତାର ସୂତ୍ରଧର, ମହାନ୍ ସ୍ଵାଧୀନତା ସଂଗ୍ରାମୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିଛବି ଉପରେ ଫୁଲମାଳ ଦେଇ ପୂଜା ଅର୍ଚ୍ଚନା କରାଯାଇଥିଲା। ଏଥିରେ ଯୁବ ସ୍ୱେଚ୍ଛାସେବୀ ତଥା ପ୍ରକୃତି ବନ୍ଧୁ ସନତ କୁମାର ସାହୁ, କଳାରୁଦ୍ର ଯୁବକ ସଂଘର କୋଷାଧ୍ୟକ୍ଷ ହରପ୍ରସାଦ ସାହୁ, ଚୁମନେଶ୍ୱର ସାହୁ, ନିବେଦିତା ପ୍ରିୟ ଦର୍ଶିନୀ ସାହୁ, ବୀଣାପାଣି ସାହୁ, ରେଖାଞ୍ଜଳି ସାହୁ, କାଶ୍ମୀରା ସାହୁ ଉପସ୍ଥିତ ରହିଥିଲେ। ସେହିପରି ଅମର ଯୁକ୍ତତିନି ମହାବିଦ୍ୟାଳୟ କୁଶୁର୍ଲା ଠାରେ ସର୍ଦ୍ଧାର ବଲ୍ଳଭ ଭାଇ ପଟେଲଙ୍କ ଜୟନ୍ତୀ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏଥିରେ ଯୁକ୍ତତିନି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ରାଜେନ୍ଦ୍ର ଗହୀରଙ୍କ ସମେତ ସମସ୍ତ ଏନଏସଏସ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।





