ଦୋରାପଦର ବାତ୍ସଲ୍ୟ ଆଶ୍ରମ ନାମଯଜ୍ଞର ପଡିଲା ପୂର୍ଣ୍ଣାହୂତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଳା ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦୋରାପଦର ଗ୍ରାମ ନିକଟସ୍ଥ ବାତ୍ସଲ୍ୟ ଆଶ୍ରମରେ ଛଅ ଦିନ ଧରି ଚାଲିଥିଲା ରୁଦ୍ର ଯଜ୍ଞ ଓ ଶ୍ରୀମଦ ଭାଗବତ ପାରାୟଣ। ଗୁରୁବାର ଦିନଠାରୁ ଆରମ୍ଭ ହୋଇଥିଲା ନାମଯଜ୍ଞ। ଶୁକ୍ରବାର ସକାଳ ୭ ଘଣ୍ଟା ସମୟରେ ଏହାର ପୂର୍ଣ୍ଣାହୂତି ପଡ଼ିଲା। ଗତ ୬ ଦିନ ଧରି ଚାଲି ଆସୁଥିଲା ରୁଦ୍ର ମହାଯଜ୍ଞ ଓ ଶ୍ରୀମଦ ଦ୍ଭାଗବତ ପରାୟଣ କାର୍ଯ୍ୟକ୍ରମ। ଏନେଇ ଶୁକ୍ରବାର ଅପରାହ୍ନ ୪ ଟା ରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆରମ୍ଭରୁ ଗତ ୫ ଦିନ ଧରି ସୁନ୍ଦର ଭାବରେ ଭାବରେ ଚାଲିଥିଲା ରୁଦ୍ର ମହାଯଜ୍ଞ ଓ ଶ୍ରୀମଦ୍ ଭାଗବତ ପାରାୟଣ। ୨୫/୧୦ ଶନିବାର ରୁ ଆରମ୍ଭ ହୋଇଥିବା ଏହି ଯଜ୍ଞ ୩୧ ତାରିଖ ଶୁକ୍ରବାର ପୂର୍ଣ୍ଣାହୁତି ପଡିଲା। ଆଜି ଶୁକ୍ରବାର ସକାଳ ୭ ଘଣ୍ଟା ସମୟରେ ନାମ ଛାଡିଥିଲେ। ଏହାପରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯଜ୍ଞ ସମୟରେ ୮ ଦିନ ଧରି ସାମୁହିକ ଅନ୍ନ ପ୍ରାସାଦ ସେବନ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହୋଇଥିଲା। ବାତ୍ସଲ୍ୟ ଆଶ୍ରମର ସାଧ୍ୱୀ ସାମ୍ଭବି ଗିରି ଓ ସାଧ୍ୱୀ ସଦାନନ୍ଦା ଗିରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମର ଭବ୍ୟ ଭାବରେ ଅନୁଷ୍ଠିତ ହୋଇଥିଲା। ଦୁହିଁଙ୍କ ମାର୍ଗ ଦର୍ଶନରେ ସପ୍ତାହ ବ୍ୟାପୀ ଚାଲିଥିଲା ତିନି ମହାଯଜ୍ଞ। ଶ୍ରୀମଦ୍ ଭାଗବତ ପାରାୟଣ ଋଷଭ ବେଦବାଗ ପ୍ରବଚନ କଥାମୃତ କରିଥିଲେ। ବ୍ରହ୍ମଚାରୀ ଅନ୍ତର୍ଯ୍ୟାମୀ ରୁଦ୍ରଯଜ୍ଞ ପରିଚାଳନା କରିଥିଲେ। ତନୟା ମାଝୀ ଓ ଗୋବର୍ଦ୍ଧନ ମାଝୀ, ସୁକାନ୍ତି ପଧାନ ଓ ଦୟା ପଧାନ, ସୌରୀ ପଧାନ ଓ ଜୟ ପ୍ରକାଶ ପଧାନ ତିନି ଯୋଡ଼ି ଦମ୍ପତି ରୁଦ୍ର ମହାଯଜ୍ଞ ରେ କର୍ତ୍ତା ଦାୟୀତ୍ୱ ନିର୍ବାହନ କରିଥିଲେ। ଗୁରୁବାର ସକାଳେ ଆରମ୍ଭ ହୋଇଥିବା ନାମଯଜ୍ଞ ରେ ବିଜୟ ପଧାନ ଓ ଉକିଆ ପଧାନ ଦମ୍ପତି କର୍ତ୍ତା ଦାୟୀତ୍ୱ ନିର୍ବାହନ କରିଥିଲେ। ନାମଯଜ୍ଞ ପାଇଁ ଆଖା ପାଖର ଆୟୋଜକ ଦହଲ, ନର୍ଲା, ତୁଳାପଡ଼ା, ମାଣ୍ଡେଲ, ନର୍ଲା ତ୍ରିନାଥ ସଂକୀର୍ତ୍ତନ ମଣ୍ଡଳୀ ଓ ପଲସାପଡ଼ା ସଂକୀର୍ତ୍ତନ ମଣ୍ଡଳୀ ଏଭଳି ୬ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ପାଗ ଅନୁକୂଳ ରହିଥିବାରୁ ଯଜ୍ଞ ସ୍ଥଳରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଯଜ୍ଞ ପରିଚାଳନା କମିଟିର ସଭାପତି ପଦ୍ମ ଚରଣ ନାଏକ, ସମ୍ପାଦକ ଗଣ୍ଡାଧର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯଜ୍ଞ ପରିଚାଳିତ ହୋଇଥିଲା। ଦହଲ, ଦୋରାପଦର, ମାଣ୍ଡେଲ, ସର୍ଗିଗୁଡା, ଅଶୃଗଡ, ଘଣ୍ଟମାଳ, ଆଡରିଂ ଓ ତିଲେଇମାଲ ର ଗ୍ରାମବାସୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ପ୍ରଦୀପ କୁମାର ନାଏକ, ଗୋବିନ୍ଦ ଗୌଡ, କନକ ମାଝୀ, ତୁଳସା ମାଝୀ, ଯଶୋବନ୍ତି ମାଝୀ, ସୁରେଶ କୁମାର ନାଏକ, ବୈଲୋଚନ ମାଝୀ, ସତ୍ୟରାମ ମାଝୀ, ତନୁ ମାଝୀ, ପଙ୍କଜ ମାଝୀ, କାର୍ତ୍ତିକ ମାଝୀ, ଯତୀନ୍ଦ୍ର ନାଏକ, ରୁକଧର ମାଝୀ, ଗୋକୁଳ ମାଝୀ,ଦୁର୍ଯ୍ୟୋଧନ ପଧାନ ପ୍ରମୁଖ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.