ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ଶିଶୁସାହ୍ୟିକ, ଆକାଶବାଣୀର ସ୍ଵୀକୃତିପ୍ରାପ୍ତ ଗୀତିକାର ଦିବଂଗତ ଭାସ୍କର ଚନ୍ଦ୍ର ଦାସଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ମେଘଡମ୍ବରୁ ବାସ ଭବନରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ କାବ୍ୟଶିଳ୍ପୀ ସର୍ବେଶ୍ୱର ଦାସ ପୌରୋହିତ୍ୟ କରିଥିଲେ। ଏହି ସ୍ମୃତିଚାରଣ ସଭାରେ ବିଶିଷ୍ଟ ଶିଶୁସାହିତ୍ୟିକ ତଥା ନାଟ୍ୟକାର ପୀତାମ୍ବର ଦାସ ପ୍ରାକ୍କଥନ ରଖିଥିବା ବେଳେ ସ୍ଵର୍ଗତଃ ଦାସଙ୍କ ବିବିଧ ପ୍ରତିଭା ଉପରେ ରେମୁଣା ବ୍ଲକ୍ ଚେୟାର୍ମ୍ୟାନ୍ ରାଜେନ୍ଦ୍ର କୁମାର ରାଉତ, ସ୍ଥାନୀୟ ସରପଞ୍ଚ ତାପସ କୁମାର ପାଣିଗ୍ରାହୀ, ପୀତବାସ ନାୟକ, କବି ପୂର୍ଣଚନ୍ଦ୍ର ସେଠୀ, ମୋନାଲିସା ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସର୍ବେଶ୍ୱର ପଣ୍ଡା, କମଲ ଦାସ ପ୍ରମୁଖ ସ୍ମୃତି ଆଲେଖ୍ୟ ବାଢ଼ିଥିଲେ। ଏତଦ୍ବ୍ୟତୀତ ତାଙ୍କର ଧର୍ମପନ୍ଥୀ, ପୁତ୍ର, ପୁତ୍ରବଧୂ, କନ୍ୟା, ଜାମାତା, ଭଣଜା-ଭାଣିଜି, ପୁତୁରା-ଝିଆରୀ, ନାତିନାତୁଣୀ, ନାତୁଣୀଜ୍ୱାଇଁ ଭାବପୂର୍ଣ୍ଣ ସ୍ମୃତିଚାରଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପୀତାମ୍ବର ଦାସଙ୍କ ସମ୍ପାଦିତ ସ୍ମୃତିଚାରଣ ପୁସ୍ତିକା ‘ଅସ୍ତମିତ ଭାସ୍କର’ ଉନ୍ମୋଚିତ ହୋଇଥିଲା। ଶେଷରେ ସ୍ୱର୍ଗତଃ ଦାସଙ୍କ ସାନଝିଅ ପୁଷ୍ପିତା ଧନ୍ୟବାଦ ଅର୍ପଣ କରିଥିଲେ।





