ଲାନ୍ଥ ନଦୀ ପଠାରେ ମିର୍ଦ୍ଧା ସମାଜର ବାର୍ଷିକ ସଭା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ନିକଟସ୍ଥ ଲାନ୍ଥ ନଦୀ ଶଯ୍ୟାରେ ମିର୍ଦ୍ଧା ସମାଜ ଅନ୍ତର୍ଲା ଗୁଡ଼ିଘାଟିର ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି | ଅନାଦି କାଳରୁ ଚାଲି ଆସୁଥିବା ମିର୍ଦ୍ଧା ସମାଜ ପରମ୍ପରା ଅନୁଯାୟୀ କାର୍ତ୍ତିକ ଚତୁର୍ଦ୍ଦଶୀ ରାତ୍ରରୁ ଆରମ୍ଭ ହୋଇ ପୂର୍ଣ୍ଣିମା ସକାଳ ଯାଏ ଏହି ସଭା ଚାଲିଥିଲା | ମିର୍ଦ୍ଧା ସମ୍ପ୍ରଦାୟ ଲୋକେ ଆବହମାନ କାଳରୁ ଲାନ୍ଥ ନଦୀକୁ ଗଙ୍ଗା ନଦୀର ମାନ୍ୟତା ଦେଇ ଆସୁଥିବା ବେଳେ କାର୍ତ୍ତିକ ଚତୁର୍ଦ୍ଦଶୀ ରାତିରେ ହିଁ ମୃତ ବ୍ୟକ୍ତିଙ୍କ ଅସ୍ଥିକୁ ଲାନ୍ଥ ନଦୀରେ ବିସର୍ଜନ କରିଥା’ନ୍ତି | ତଦନୁସାରେ ଲୋକେ ନିଜ ନିଜ ମୃତ ଆତ୍ମୀୟ ସ୍ୱଜନଙ୍କ ଅସ୍ଥିକୁ ଲାନ୍ଥ ନଦୀ ଜଳରେ ପ୍ରବାହିତ କରିଥିଲେ | ସତ୍ୟବାନ ମିର୍ଦ୍ଧା ସମାଜର ଇଷ୍ଟ ଦେବ ବୁଢାରଜା, ଲାନ୍ଥ ବୁଢାଙ୍କ ପୂଜାର୍ଚ୍ଚନା କରିଥିଲେ | ଏହା ପରେ ସମାଜ ସଭାପତି ବନବିହାରୀ ମିର୍ଦ୍ଧାଙ୍କ ଅଧ୍ୟକ୍ଷତା ଓ ଉପସଭାପତି ଉମାକାନ୍ତ ମିର୍ଦ୍ଧାଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା | ସହ ସମ୍ପାଦକ କିଶୋର ଛତ୍ରିଆ ବାର୍ଷିକ ବିବରଣୀ ପାଠ କରିଥିଲେ | ଉପଦେଷ୍ଟା ଭୁବନ ମିର୍ଦ୍ଧା, ପୁରୁଷୋତ୍ତମ ମିର୍ଦ୍ଧା, ସାଧୁ ମିର୍ଦ୍ଧା, କାର୍ତ୍ତିକ ମିର୍ଦ୍ଧା, ସଦସ୍ୟା ଜ୍ୟୋତ୍ସ୍ନା ମିର୍ଦ୍ଧା, ବିଜୁଳି ମିର୍ଦ୍ଧା, ଲଳିତା ମିର୍ଦ୍ଧା, ସୁଲୋଚନା ମିର୍ଦ୍ଧା, ଉର୍ମିଳା ମିର୍ଦ୍ଧା, ସଦସ୍ୟ ଦୁର୍ଜ ମିର୍ଦ୍ଧା, କୁନୁ ମିର୍ଦ୍ଧା ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ସମାଜ ଲୋକେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ତା’ର ନିରାକରଣ ସମ୍ବନ୍ଧରେ ସଭାରେ ବିସ୍ତୃତ ଭାବେ ବକ୍ତାଗଣ ମତ ରଖିଥିଲେ | ଏହି ଅବସରରେ ଏକାଧିକ ବିବାଦର ସାମାଜିକ ସ୍ତରରେ ଆପୋଷ ସମାଧାନ କରାଯାଇଥିଲା | ଶେଷରେ ଉମେଶ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ | ନୁଆଁମୁଣ୍ଡା ସର୍କଲ ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି, କେନ୍ଦୁଉଡ଼ାର, ଖର୍ସେଲବାଞ୍ଜି, ନୁଆଁମୁଣ୍ଡା, ଡୁକେଚଚରା ଆଦି ଗ୍ରାମରୁ ଶତାଧିକ ମିର୍ଦ୍ଧା ସମ୍ପ୍ରଦାୟ ଲୋକେ ଉପସ୍ଥିତ ରହିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.