ବଲାଙ୍ଗୀର ଜିଲ୍ଲା ଯାଦବ ସମାଜର ସଭାପତି ତଥା ଯାଦବ ସମାଜକୁ ଜଣେ ବ୍ୟକ୍ତି ତାଚ୍ଛଲ୍ୟ ଏବଂ ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଥାନାରେ ଅଭିଯୋଗ 

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ଗତ ୧ ତାରିଖ ଦିନ ସଇଁତଳା ଥାନା ପରିସରରେ ହୋଇଥିବା ବିକ୍ଷୋଭ ସଭାରେ ବଳଦେବ କୁମ୍ଭାର ବଲାଙ୍ଗିର ଜିଲ୍ଲା ଯାଦବ ସମାଜର ସଭାପତି ଶ୍ରୀ ଲକ୍ଷ୍ମଣ ବାଗ ଙ୍କୁ ଏବଂ ସମଗ୍ର ଯାଦବ ସାମାଜକୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ଜାତି ଆଣ ଭେଦ ଭାବ ସୃଷ୍ଟି କରିବା ସହ ଗଉଡ ସାମାଜ ର ଲୋକଙ୍କୁ ମାନସିକ ସ୍ତରରେ ଆଘାତ ଦେଇଥିବା ଅଭିଯୋଗ ହୋଇଛି | ଏଥି ସହ ଯାଦବ ସମାଜ ର ଚରିତ୍ର ଉପରେ କଟୁ କଥା କହିବା ସହ ଦଙ୍ଗା ସ୍ରୁଷ୍ଟି କଲା ଭଲି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି | ଯାହା କୁ ନେଇ ବଲାଙ୍ଗିର ଜିଲ୍ଲା ରେ ବସବାସ କରୁଥିବା ଗଉଡ ସାମାଜ ର ମା ଭଉଣୀ ଙ୍କ ସମ୍ମାନ ହାନି ହେବା ସହ ମର୍ଯ୍ୟଦା କ୍ଷୁଣ୍ଣ ହେଉଛି l ଏଣୁ ବଲାଙ୍ଗିର ଜିଲ୍ଲା ଯାଦବ ସମାଜ ବଳଦେବ କୁମ୍ଭାର ଙ୍କ ବିରୁଦ୍ଧରେ ଆଇନ ଅନୁଯାଇ କାର୍ଯ୍ୟନୁଷ୍ଠାନ ନେବାକୁ ଅନୁରୋଧ କରୁଛି l ଏହାକୁ ନେଇ ଜିଲ୍ଲା ଯୁବ ଯାଦବ ସଭାପତି ସୁବ୍ରତ ନାଗ, ଜିଲ୍ଲା ଯାଦବ ମହାସଭା ଉପସଭାପତି ବିଜୟ କୁମାର ବିଶି, ଜିଲ୍ଲା ସାଧାରଣ ସମ୍ପାଦକ ଖୁସିରାମ ଦୀପ, ବଲାଙ୍ଗୀର ପୌରଞ୍ଚଳ ସଭାପତି ସଂଜୀବ ବାଗ, ଯୁବଯାଦବ ସଂଗଠକ ଗିରିଧାରୀ ଚନ୍ଦନ, ଗାର ଗବର ପ୍ରସାଦ ବଗର୍ତ୍ତୀ, ସଂଜୀବ ବାଗ, ଧୂବା ଜାଲ, ସରୋଜ ଥପା, ବୁଢ଼ାବାହାଲ ଯାଦବ ସମ୍ପାଦକ ଗଜିନ୍ଦ୍ର ବାଗ, ସଭାପତି ପରାମନନ୍ଦ ହେର୍ଣ୍ଣା ଙ୍କ ସହ ବଲାଙ୍ଗୀର ଜିଲ୍ଲା ର ବହୁ ଯାଦବ ସମାଜ ସଦସ୍ୟ ସଇଁତଳା ଥାନା ରେ ନ୍ୟାୟ ପ୍ରଦାନ ପାଈଁ ଲିଖିତ ଭାବରେ ଜଣାଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.