ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାମାଜିକ କର୍ମୀ ସ୍ଵର୍ଗତ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଜନ୍ମ ଶତବାର୍ଷିକୀ ମିଳିତ ସମିତି ଆନୁକୂଲ୍ୟରେ ମହୁଲପାଲି ତଥା ଫୁଲଝରନର ବୃଦ୍ଧା ମା ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା l ସମାଜସେବୀ କୁଳଧର ପ୍ରଧାନଙ୍କ ନେତୃତ୍ଵରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସମ୍ବଲପୁର ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ସମାଜସେବୀ ପ୍ରଶାନ୍ତ ପାଢୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଶୀତ ବସ୍ତ୍ର ବଣ୍ଟନ କରିଥିଲେ l ସମ୍ମାନିତ ଅତିଥି ଭାଉ ସଦସ୍ୟ ଯଦୁମଣି କୁମ୍ଭାର, କ୍ଷୀରୋଦ ଓଝା, ପ୍ରଫୁଲ୍ଲ ପଣ୍ଡା, ଦୀପକ ବିଶ୍ଵାଳ, ଲଳିତ ରହଣା ପ୍ରମୁଖ ଉପସ୍ଥିତ ଥିଲେ l ଆଗାମୀ ଦିନରେ ମଧ୍ଯ ଏପରି ସମାଜିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି l





