ପ୍ରବଳ ଜାଡରେ ଥରୁଛି ନର୍ଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଶୀତ ଲହରୀ ଯୋଗୁଁ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। କାର୍ତ୍ତିକ ପୂର୍ଣ୍ଣିମା ସରିବା ପରଠୁଁ ଆରମ୍ଭ ହୋଇଛି ପ୍ରବଳ ଶୀତ। ଆକାଶ ମେଘ ମୁକ୍ତ ରହିଥିବାରୁ ଗତ ସପ୍ତାହରୁ ନର୍ଲା ଅଞ୍ଚଳରେ ପ୍ରବଳ ଶୀତ ଅନୁଭୁତ ହେଉଛି। ଗତ ସପ୍ତାହରୁ ଠାରୁ ପାରଦ ହଠାତ୍ ୧୦ ଡିଗ୍ରୀକୁ ଖସିଛି। ଫଳରେ ନର୍ଲା ଅଞ୍ଚଳରେ ହାଡଭଙ୍ଗା ଶୀତର ପ୍ରକୋପ ଜାରି ରହିଛି। ଦିନ ତମାମ ତ ଶୀତ ହେଉଛି, ହେଲେ ସଂଧ୍ୟା ୬ ଟା ପରେ ଶୀତର ପ୍ରକୋପ ଯୋଗୁଁ ରାସ୍ତା ଘାଟ ସବୁ ଖାଁ ଖାଁ ଲାଗୁଛି। ପ୍ରବଳ ଶୀତ ଦାଉରୁ ନିସ୍ତାର ପାଇବା ପାଇଁ ରାସ୍ତା କଡ ମାନଙ୍କରେ ଗ୍ରାମାଞ୍ଚଳର ଜନସାଧାରଣ ସ୍ଥାନେ ସ୍ଥାନେ ନିଆଁ ପୋଇବାର ଦୃଶ୍ୟମାନ ହେଉଛି। ବସଷ୍ଟାଣ୍ଡ, ରେଳ ଷ୍ଟେସନ ପ୍ଲାଟଫର୍ମ ଗୁଡିକରେ ଆଶ୍ରୟ ନେଉଥିବା ଯାତ୍ରୀ, ପଥିକ ତଥା ଭୀକାରୀ ମାନଙ୍କ ଜୀବନ ଏହି ହାଡଭଙ୍ଗା ଶୀତ ଯୋଗୁଁ ବିପନ୍ନ ହୋଇପାରେ। ଏହାବାଦ୍ ଝାଟି ମାଟି କୁଡିଆ କରି ରହୁଥିବା ନିଃସହାୟ ବୃଦ୍ଧ ଓ ବୃଦ୍ଧାମାନେ ହଠାତ ଏଭଳି ଶୀତ ବଢିଯିବା ଯୋଗୁଁ ପ୍ରମାଦ ଗଣୁଥିବା ପ୍ରକାଶ କରିଛନ୍ତି। ପ୍ରବଳ ଶୀତ ଯୋଗୁଁ ଦୋକାନ ବଜାର ମଧ୍ୟ ସକାଳ ୯ ଟା ପରେ ଖୋଲାଯାଇ ସଂଧ୍ୟା ୭ ଟା ପୂର୍ବରୁ ବନ୍ଦ ହେଉଥିବା ଦୃଶ୍ୟମାନ ହେଉଛି। ଏହି ସମୟରେ ଗତ ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବେଳେ କମ୍ବଳ ପାଇଁ ମଧ୍ୟ ଟଙ୍କା ପ୍ରଦାନ କରିଥିଲେ। ହେଲେ ଚଳିତ ବର୍ଷ ସରକାର ବୃଦ୍ଧ, ବୃଦ୍ଧା ମାନଙ୍କୁ ପାସୋରି ଯାଇଛନ୍ତି। ସମସ୍ତଙ୍କ ପାଇଁ ସରକାର ଜନହିତକର ନୂଆ ନୂଆ ଯୋଜନା ସବୁ ପ୍ରଣୟନ କରୁଛନ୍ତି। ନର୍ଲା ଅଞ୍ଚଳର ବାର୍ଦ୍ଧକ୍ୟ ଭତ୍ତା ଉପଭୋକ୍ତା ମାନେ ଦାବୀ କରିଛନ୍ତି ସରକାର ବୁଢାବୁଢୀ ମାନଙ୍କୁ ତୁରନ୍ତ କମ୍ବଳ ପ୍ରଦାନ କରି ଶୀତ ଦାଉରୁ ଜୀବନ ବଞ୍ଚାନ୍ତୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.