ଗୋଷ୍ଠୀସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୋଷ୍ଠି ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ଶାନ୍ତିଲତା ମୁନି ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ କୁମାର ଦାସ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ, ବିଜୟ କୁମାର ସେଠୀ,ବି.ଭି.ପ୍ରକାଶ ରାଓ ଉପସ୍ଥିତ ରହିଥିଲେ । ବ୍ଲକର ପ୍ରତ୍ୟେକ ବିଦ୍ୟାଳୟ ରୁ ମୋଟ ୧୩୮ବିଦ୍ୟାର୍ଥି ବିଜ୍ଞାନ ମେଳାରେ ଭାଗ ନେଇ ଥିବା ବେଳେ ୮୫ ଟି ପ୍ରକଳ୍ପ ପଦର୍ଶନୀ କରିଥିଲେ ଓ ୪୯ଜଣ କୁଇଜ ପ୍ରତିଯୋଗିତାରେ ଭାଗ ନେଇଥିଲେ । ବିଚାରକ ଭାବେ ସିରିପୁର ବାଳିକା ଉଚ୍ଚ ମହାବିଦ୍ୟାଳୟ ର ଜୈବ ବିଜ୍ଞାନ ଶିକ୍ଷକ ନାଗେଶ କୁମାର ପାତିକା, ଆଦର୍ଶ ବିଦ୍ୟାଳୟର ଗଣିତ ଅଧ୍ୟାପକ ଆଲୋକ କୁମାର ପଟ୍ଟନାୟକ, ରସାୟନ ବିଜ୍ଞାନ ଅଧ୍ୟାପକ ସିକି ବେହେରା ରହିଥିଲେ। ବିଜ୍ଞାନ ମେଳରେ ବରିଷ୍ଠ ୫୨କନିଷ୍ଠ ୩୩ ଜଣ ରହିଥିବା ବେଳେ କୁଇଜ ରେ ୧୩ ଜଣ ବରିଷ୍ଠ, ୧୭ଜଣ କନିଷ୍ଠ ଓ ୧୯ଜଣ ସର୍ବ କନିଷ୍ଠ ବିଭାଗରେ ଭାଗ ନେଇଥିଲେ। ବିଜ୍ଞାନ ମେଳାରେ ଶିରିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ର ଛାତ୍ରୀ ନିକିତା ମହାନନ୍ଦୀଆ ପ୍ରଥମ,ନାରାୟଣପୁର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରଚନା ପୂଜାରୀ ଦ୍ୱିତୀୟ, ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ପ୍ରିତମ ପ୍ରଧାନୀ ତୃତୀୟ, ଓଡିଶା ଆଦର୍ଶ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ସୁବୁଦ୍ଧି ଚତୁର୍ଥ ଓ ପଞ୍ଚମ ରେ ରୁପେଶ ମହାନନ୍ଦୀଆ,ଶିକରପାଇ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ଅଙ୍କିତା ତ୍ରିପାଠୀ ଷଷ୍ଠ ଓ ସରକାରୀ ଏସ ଏସ ଡି ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ହେମନ୍ତ କୌଶଲ୍ୟା ସପ୍ତମ ସ୍ଥାନ ଅଧିକାର କରି ଉର୍ଣ୍ଣିତ ହୋଇଛନ୍ତି । ଏହି ଛାତ୍ର ଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳରେ ଭାଗ ନେବେ ବୋଲି ସୂଚନା ମିଳିଛି। ବ୍ଲକ ତରଫରୁ କୁଇଜ ରେ ଉପ କନିଷ୍ଠ ବିଭାଗ ରେ ଶିକରପାଇ ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀ ଛାତ୍ର ଆଦିତ୍ୟ ପ୍ରସାଦ ମିଶ୍ର ପ୍ରଥମ, କଲ୍ୟାଣ ସିଂହପୁର ବଡବ୍ରାହ୍ମଣ ସାହିର ପଞ୍ଚମ ଶ୍ରେଣୀ ଉଜ୍ଜାୟିନୀ ଗିରି ଦ୍ୱିତୀୟ,ଆଲଜିନିଗୁଡା ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀଛାତ୍ର ଟୁପୁର ଅଧପାରିଆ ତୃତୀୟ,କନିଷ୍ଠ ବିଭାଗରେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରସେଞ୍ଜିତ ମହାକୁଡ଼ ପ୍ରଥମ,ଶୁଳିପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ବିବେକ ଦଣ୍ଡସେନା ଦ୍ୱିତୀୟ,କଲ୍ୟାଣ ସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସ୍ବୀଟି ମୁଣ୍ଡଛେନା ତୃତୀୟ ଓ ବରିଷ୍ଠ ବିଭାଗରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀ ଲୁଆ ଖଣ୍ଡରିଆ ପ୍ରଥମ,ପୂଜାରୀଗୁଡା ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତ ପୀଡିଷିକା ଦ୍ୱିତୀୟ ଓ ନାରାୟଣ ପୁର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଚିଣ୍ଟୁ ତିଆକା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଜ୍ଞାନ ମେଳା ବରିଷ୍ଠ ବିଭାଗ ଜଗନ୍ନାଥପୁର ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଏ.ହରିଶ କୁମାର ପ୍ରଥମ,କଲ୍ୟାଣସିଂହପୁର ଦଶମ ଶ୍ରେଣୀ ଛାତ୍ର ବିକାଶ ନାଇକି ଦ୍ୱିତୀୟ ଓ ଶିକରପାଇ ଦଶମ ଶ୍ରେଣୀ ଛାତ୍ର କପି ସାରଣୀ ନାୟକ ତୃତୀୟ ରହିଥିବା ବେଳେ କନିଷ୍ଠ ବିଭାଗରେ ମାଝୀଗୁଡା ଉନ୍ନୀତ ସରକାରୀ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ରୀ ବର୍ଜିତା କଣ୍ଡାଗିରି ପ୍ରଥମ,ଧାମୁଣିପଙ୍ଗା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ତପନ କୁଟ୍ରୁକା ଦ୍ୱିତୀୟ ଓ ପୂଜାରୀଗୁଡା ବିଦ୍ୟାଳୟର ଛାତ୍ରୀ ଅନୁଦାନ ମହାନନ୍ଦୀଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦଳେଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ଜିଲ୍ଲାପରିଷଦ ସଦସ୍ୟ ବି.ୱାରା. ପ୍ରସାଦ ରାଓ ମୁଖ୍ୟ ଅତିଥି ଭାବେ ରହିଥିବା ବେଳେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ବି.ଭି.ପ୍ରକାଶ ରାଓ ମୁଖ୍ୟ ବକ୍ତା ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତିଲତା ମୁନି, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କୋଣ୍ଡାଗରି ତିନି ଜଣ ବିଚାରକ ମଞ୍ଚାସିନ ରହି କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ । କୁଇଜ ରେ ବିଚାରକ ଭାବେ ଲୋପାମୁଦ୍ରା ଗମାଙ୍ଗ, ଶିବରାମ ବରିହା ଓ ରୋଜାଲିନ ବଳ ରହିଥିଲେ । ଏହି ୯ ଜଣ ଛାତ୍ର ଛାତ୍ରୀ ମାନେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି । ଏହି ମେଳାକୁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ବ୍ଲକର ସମସ୍ତ ସି.ଆର.ସି. ସି,ପ୍ରତ୍ୟେକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.