ତୃତୀୟ ଏମଆଇଏଲ ହକି ପ୍ରତିଯୋଗୀତା: ସିଏଫ ଅରୁଭାଙ୍କାଡୁ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଡ଼ମାଳ ସ୍ଥିତ ଗୋଲବାରୁଦ କାରଖାନା ପରିସରରେ ବିଗତ ୧୭ ତାରିଖ ରୁ ଆରମ୍ଭହୋଇ ୩ ଦିନ ଧରି ଚାଲିଥିବା ତୃତୀୟ ଏମ ଆଇ ଏଲ ହକି ପ୍ରତିଯୋଗୀତା ଉଦ‌ଯାପିତ ହୋଇଯାଇଛି। ଅନ୍ତିମ ଦିନ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ସିଏଫ ଅରୁଭାଙ୍କାଡୁ ନିଜ ପ୍ରତିଦ୍ବନ୍ଦୀ ଗୋଳାବାରୁଦ କାରଖାନା ଖମାରିଆ, ଜବଲପୁର କୁ ୨-୧ ଗୋଲ ବ୍ୟବଧାନରେ ପରାସ୍ତକରି ଟାଇଟଲ ହାସଲ କରିଥିଲା।ଫାଇନାଲ ମ୍ୟାଚ ପରେ ଆୟୋଜିତ ଉଦ‌ଯାପନୀ ଉତ୍ସବରେ ସମ୍ମାନିତ ଅତିଥୁଭାବେ ଟିଟିଲାଗଡ ବିଧାୟକ ଶ୍ରୀ ନବୀନ ଜୈନ ଓ ସମ୍ମାନିତ ଅତିଥି ଭାବେ ଗୋଳାବାରୁଦ କାରଖାନା ବଡମାଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପ୍ରଦୀପ କୁମାର ଦାଶ ଯୋଗଦାନ କରି କୃତି ଖେଳାଳି ଓ ବିଜେତା ତଥା ଉପବିଜେତା ଦଳକୁ ପୁରସ୍କାର ବଣ୍ଡନ କରିଥିଲେ। ଏହି ଅବସରରେ ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ଜୈନ ଆୟୋଜନକୁ ପ୍ରଶଂସା କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦାଶ ମଧ୍ଯ ଉଚ୍ଚକୋଟିର ଖେଳ ପ୍ରଦର୍ଶନ ପାଇଁ ଫାଇନାଲରେ ଭାଗନେଇଥ‌ିବା ଉଭୟ ଦଳର ଖେଳାଳି ମାନଙ୍କୁ ପ୍ରଶଂସା କରିବା ସହ, ପ୍ରତିଯୋଗୀତା ସଫଳତାରର ସହ ଆୟୋଜିତ ହୋଇଥିବାରୁ ଆୟୋଜକ ଓ ଏହା ସହ ଜଡିତ ସମସ୍ତ ବ୍ୟକ୍ତିବିଶେଷ ତଥା ସଂଗଠନ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଉତ୍ସବରେ କାରଖାନାର ମହାପ୍ରବନ୍ଧକ ଶ୍ରୀ ପି ଏଲ ଭିସେକର, କ୍ୟୁ ଏ ଓ କର୍ନେଲ ଏ କେ ପାଣିଗ୍ରାହୀ, ବରିଷ୍ଠ ସୁରକ୍ଷା ଅଧିକାରୀ କର୍ନେଲ ଜନ୍ମେଜୟ ମିଶ୍ର, ଅନ୍ୟ ଅଧୁକାରୀ,ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ ମହିଳା କଲ୍ୟାଣ ସଂସ୍ଥାନ ବଡମାଳ ଶାଖାର କର୍ମକର୍ତ୍ତା, ଜେ ସି ଏମ, କାର୍ଯ୍ୟ ସମିତି ର ସଦସ୍ୟଗଣ, ୟୁନିୟନ ଏବଂ ଏସୋସିଏସନର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ। ଉଦ‌ଯାପନୀ ଉତ୍ସବରେ ବଲାଙ୍ଗୀରରୁ ନିମନ୍ତ୍ରିତ ଢୋଲ-ମହୁରୀ କଳାପରିଷଦର କଳାକାର ମାନଙ୍କ ଦ୍ବାରା ପରିବେଷିତ ସଂସ୍କୃତିକ ବିଚିତ୍ରାକୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଏହି ପ୍ରତିଯୋଗୀତାରେ ଗୋଳାବାରୁଦ କାରଖାନା ବଡମାଳକୁ ମିଶାଇ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରତିଷ୍ଠିତ ଗୋଲବାରୁଦ କାରଖାନାରୁ ୮ ଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗୀତା ତଥା ଉଦ‌ଯାପନୀ ଉତ୍ସବ ଆୟୋଜନରେ କାରଖାନାର କ୍ରୀଡା ଅଧୂକାରୀ ଶ୍ରୀ କପିଲ କୁମାର ଖାଲକୋ, ଭାରପ୍ରାପ୍ତ କ୍ରୀଡା ଅଧିକାରୀ ଶ୍ରୀ ଅଭିନବ ଚନ୍ଦେଲ, କ୍ରୀଡା ସମ୍ପାଦକ ଶ୍ରୀ ରାଜେଶ କୁମାର ଓରାମ, କାର୍ଯ୍ୟସମିତି ସମ୍ପାଦକ ଶ୍ରୀ ବଂଶୀ ଭୋଇ, ସଦସ୍ୟ ଶ୍ରୀ ନିମାଇଁ ଚରଣ ପ୍ରଧାନ, ଚୁଲଚନ୍ଦ୍ର ବଚ୍ଛା, ଅଶ୍ବିନୀ କୁମାର ପାଢୀ, ନରେନ୍ଦ୍ର କୁମାର ପ୍ରଧାନ, ଜେ ସି ଏମ -୩ ସଦସ୍ୟ ମନୋଜ କୁମାର ଗୌଡ଼ ତଥା ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ମହେଶ ପ୍ରସାଦ ଖଟୁଆ, ଶ୍ରୀ ଜ୍ୟୋତିର୍ମୟ ପୂଜାରୀ, ଶ୍ରୀ ପ୍ରକାଶ ଶର୍ମା, ଶ୍ରୀ ଦେବାଶିଷ ସାହୁ, ଶ୍ରୀ ଶତଦଳ ବେହେରା, ଶ୍ରୀ ବିରେନ୍ଦ୍ର ମୂନା, ଶ୍ରୀ ରାଜୀବ ଲୋଚନ ମିଶ୍ର, ଶ୍ରୀ ସଂତାପ ମାଝୀ, ଶ୍ରୀ ଉଦୟ ଗିରି, ଶ୍ରୀ ମନୋଜ ପଟ୍ଟନାୟକ, ଶ୍ରୀ ହିରାଲାଲ ମାଝୀ, ଶ୍ରୀ ମୁରଲୀଧର ତାଣ୍ଡିଆ, ଶ୍ରୀ ଲାଲଜି ନାଏକ, ଶ୍ରୀ ବରୁଣ ନାଏକ, ଶ୍ରୀ ଅନୁପ ସାଏ, ଶ୍ରୀ ପ୍ରେମାନନ୍ଦ ମହାନନ୍ଦ, ଶ୍ରୀ ପ୍ରେମରାଜ ମହାନନ୍ଦ, ଶ୍ରୀ ଶ୍ୟାମାଳ ସୁନା ଆଦି ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.