ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ବେହେରା ପୋଲକୁ ଲାଗି ରହିଥିବା ଗାଡୱାଲ ରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷା ଦିନରୁ ଏହି ଗାତ ସୃଷ୍ଟି ହୋଇଥିବା ବେଳେ ଏବେ ବିଶାଳ ଘାଇ ସୃଷ୍ଟି ହୋଇଛି। ରାସ୍ତାର ପିଚୁ ପାଖରେ ତଳକୁ ପ୍ରାୟ ୪ରୁ ୬ଫୁଟ୍ ଗାତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତଥା ପଥଚାରୀ, ମାଲ୍ ବୋଝେଇ ଟ୍ରକ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଥିବାବେଳେ ଏହି ପୋଲରେ ଦିନ ପ୍ରତିଦିନ ଦୁର୍ଘଟଣା ଘଟିଥାଏ। ତେବେ ପୂର୍ତ୍ତବିଭାଗ ଦୃଷ୍ଟି ଦେଇ ଯଥାଶୀଘ୍ର ମରାମତି ଦିଗରେ ପଦକ୍ଷେପ ନେବା ପାଇଁ ଦାବି ହେଉଛି।





