ଠକେଇ ମାମଲାର ଅଭିଯୁକ୍ତ ନିର୍ଦୋଷରେ ଖଲାସ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବ୍ରହ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଟ୍ରାନ୍ସପୋର୍ଟ) ସବ୍ୟସାଚୀ ପଣ୍ଡା ବୁଧବାର ଏକ ଠକେଇ ମାମଲାର ରାୟ ପ୍ରକାଶ କରିଛନ୍ତି । ଏକ ଠକେଇ ମାମଲାର ଅଭିଯୁକ୍ତ ଥିବା  ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରାଇପୁର ପଞ୍ଚାୟତ ତାରାତାରିଣୀ ମନ୍ଦିର ତଳ ଗୋବିନ୍ଦପୁରର ଗ୍ରାମର ଗୋପାଳକୃଷ୍ଣ ଦାଶ ପ୍ରମାଣ ଅଭାବରୁ ନିର୍ଦ୍ଦେଷ ସାବ୍ୟସ୍ତ ହୋଇଛନ୍ତି । ୨୦୨୨ରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗରରେ ରହୁଥିବା ଜନୈକା ମହିଳା ସରିତା ପଣ୍ଡାଙ୍କ ଠାରୁ ଗୋପାଳକୃଷ୍ଣ କୌଣସି ଏକ ବ୍ୟବସାୟ ପାଇଁ ପ୍ରାୟ ୧୦ ମାସ ଭିତ ଭିତରେ ତାଙ୍କ ଠାରୁ ପର୍ଯ୍ୟାୟକ୍ରମେ ୩୪ ଲକ୍ଷ ୩୫ହଜାର ଟଙ୍କା ନେଇଥିଲେ । ଗୋପାଳକୃଷ୍ଣ ୨୦୨୩ରେ ଉକ୍ତ ଟଙ୍କା ଫେରସ୍ତ କରିବେ ବୋଲି କହିଥିଲେ । ନିର୍ଦ୍ଧାରିତ ସମୟରେ ସେ ଟଙ୍କା ଫେରସ୍ତ କରିପାରିନଥିଲେ । ମହିଳା ଜଣଙ୍କ ବାରମ୍ବାର ଟଙ୍କା ମାଗିବାରୁ ସେ ଏକ ବ୍ୟାଙ୍କ ଚେକ ତାଙ୍କୁ ଦେଇଥିଲେ । ଚେକଟି ବ୍ୟାଙ୍କରେ ଡିପୋଜିଟ କରିବା ପରେ ତାହା ବାଉଁନ୍ସ ହୋଇଯାଇଥିଲା । ପରେ ମହିଳା ଜଣଙ୍କ ଠକେଇର ଶିକାର ହୋଇଥିବା ଜାଣି ଗତବର୍ଷ ଅକ୍ଟୋବର ମାସରେ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ନଂ. ୫୦୧/୨୪ରେ · ଗୋପାଳକୃଷ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିଛିମାସ ପରେ ସେ ଜାମିନ ପାଇଥିଲେ । ମାମଲାର ବିଚାର ବେଳେ ୫ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଥିଲା । କିନ୍ତୁ ଉପଯୁକ୍ତ ପ୍ରମାଣ ସାକ୍ଷୀମାନେ ଦେଇପାରିନଥିବାରୁ ମାନ୍ୟବର ମାଜିଷ୍ଟ୍ରେଟ ଉପରୋକ୍ତ ରାୟ ପ୍ରକାଶ କରି ଗୋପାଳ କୃଷ୍ଣକୁ ନିର୍ଦୋଷ କରିଛନ୍ତି । ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ପ୍ରମୋଦ ଚନ୍ଦ୍ର ପଣ୍ଡା ଓ ତାଙ୍କ ସହଯୋଗୀ କାମେଶ୍ବର ଗୌଡ଼, ବାସୁଦେବପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.