ସୋସିଆଲ ଅକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ରକ୍ତଦାନ ସଚେତନତା ଶୋଭାଯାତ୍ରା

ସଂଗଠନର ନୂତନ କାର୍ଯ୍ୟାଳୟ ଉଦଘାଟନ ଓ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା ଚୟନ

Omkar Vasthu
Omkar Vasthu

କଳାହାଣ୍ଡି,୧୮/୮ :  ସୋସିଆଲ ଅକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ତରଫରୁ ଭବାନୀପାଟଣା ଠାରେ ରକ୍ତ ଦାନକୁ ନେଇ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା କଲେଜ ଛକରୁ ଆରମ୍ଭ କରି ଗାନ୍ଧୀ ଛକରେ ଶେଷ ହୋଇଥିଲା। ରକ୍ତ ଦାନର ଉପକାରିତାକୁ ନେଇ ପ୍ରଚାର ପତ୍ରିକା ବଣ୍ଟନ କରି ଜନ ସଚେତନ ସୃଷ୍ଟି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ନେତା ଲୋକେଶ ସାହୁ, କେ ପ୍ରବୀଣ କୁମାର, ଉତ୍କଳ ହରପାଲ, ସଂଗଠନର ପ୍ରତିଷ୍ଠାତା ଓ ସମ୍ପାଦକ ପ୍ରମୋଦ ସାହୁ, ସଭାପତି ନବୀନ କୁମାର ସା, ଉପ ସଭାପତି ମହେଶ୍ୱର ସୁନାନୀ, କୋଷାଧକ୍ଷ ବିରେନ୍ଦ୍ର ଚୌଧୁରୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବୁଦ୍ଧେଶ୍ୱର ଚୌଧୁରୀ ଓ ହେମରାଜ ସାହୁ ପ୍ରମୂଖ ଏଥିରେ ଉପସ୍ଥିତ ରହି କଳାହାଣ୍ଡି ଜିଲ୍ଲାରେ କେବେ ରକ୍ତ ଅଭାବ ହେବା ନାହିଁ ବୋଲି ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହିପରିପ୍ରେକ୍ଷୀରେ ଆଜି ଭବାନୀପାଟଣା ପରମାନନ୍ଦପୁର ଠାରେ ସଂଗଠନର କାର୍ଯ୍ୟାଳୟ ଉଦଘାଟନ କରାଯାଇଥିଲା ଓ ସଂଗଠନର ବ୍ଲକ ସ୍ତରୀୟ ସଭାପତି ଓ ସଂପାଦକ ଚୟନ କରାଯାଇଛି । କେସିଙ୍ଗା ବ୍ଲକ ସଂପାଦକ ଭାବେ ସୁରଥ ହେର୍ଣ୍ଣା, ଭବାନୀପାଟଣା ସଂଯୋଜକ ରାଜେଶ ଗୌଡ, ସୁମନ୍ତ ସାହୁ କର୍ଲାମୁଣ୍ଡା ସଭାପତି, ଭିକାରି ଚୌଧୁରୀ କେସିଙ୍ଗା ସଂଯୋଜକ, କୋପନେଶ୍ୱର ବିମଲ କୋକସରା ସଭାପତି, ବୈସାଖୁ ସାହୁ କର୍ଲାମୁଣ୍ଡା କାର୍ଯ୍ୟକାରୀ ସଭାପତି, ଦୀନେଶ ପଧାନ, ଧର୍ମଗଡ ସଂପାଦକ, ଡମ୍ବରୁଧର ସାହୁ କର୍ଲାମୁଣ୍ଡା ସଂପାଦକ, ଶୁକଦେବ ସାହୁ ନର୍ଲା ସଂପାଦକ, ମିଳନ କୁମାର ଭୋଇ ନର୍ଲା ସଭାପତି, ଅସିତ କୁମାର ସାହୁ ଗୋଲାମୁଣ୍ଡା ସଭାପତି, ଯୋଗେନ୍ଦ୍ର ରଣା ଗୋଲାମୁଣ୍ଡା ସଂଯୋଜକ ପ୍ରମୂଖଙ୍କୁ ଚୟନ କରାଯାଇଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.