୫ଟ୍ରଲିୟନ ଡଲାର ଭାରତୀୟ ଅର୍ଥନୀତିକୁ ସାକାର କରିବ ପାଇଁ SBI ର ପ୍ରଚେଷ୍ଠା

ରାୟଗଡ,୧୮/୮ : ବ୍ୟାଙ୍କରେ ବିଚାର ଏବଂ ପ୍ରଦର୍ଶନର ସମୀକ୍ଷା ତଥା ରାଷ୍ଟ୍ରିୟ ପ୍ରାଥମିକତାର ଅନୁରୂପ ଏବଂ ଏହାର ସମୀକ୍ଷା ପାଇଁ ତିଆରି କରାଯାଇଥିବା ପରାମର୍ଶ ପ୍ରକ୍ରିୟାର ପ୍ରଥମ ଚରଣ ବ୍ୟାଙ୍କ ଦ୍ୱାରା ଗତ ଅଗଷ୍ଟ ୧୭ ଓ ୧୮ତାରିଖ ଦୁଇ ଦିନ ଧରି ଆଂଚଳିକ ସ୍ତରରେ ଆଂଚଳିକ କାର୍ଯ୍ୟାଳୟ, ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ରାୟଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଡେପୁଟି ଜେନେରାଲ ମ୍ୟାନେଜର (ଏସଏମଇ,ଏଲଏଚୟୁ) ଧ୍ରୁବଚରଣ ବଳଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ରାୟଗଡର ଆଂଚଳିକ କାର୍ଯ୍ୟାଳୟ,ଏସବିଆଇ ର ଆଂଚଳିକ ପ୍ରବନ୍ଧକ ମନୋରଂଜନ ପାଢୀଙ୍କ ପରିଚାଳନାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ରାୟଗଡ ଓ ଗଜପତି ଜିଲ୍ଳାର ସେହିପରି ନିଜ ସ୍ତରରେ ପ୍ରଥମ ପ୍ରକ୍ରିୟା ଥିଲା ଯେଉଁଥିରେ ଶାଖାଗୁଡିକ ସେମାନଙ୍କର ପ୍ରଦର୍ଶନର ସମୀକ୍ଷା କରିବା,ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପୂର୍ବ ଏବଂ ଭବିଷ୍ୟତ ଋଣନୀତି ଉପରେ ବିଚାରବିମର୍ଶ କରିବା ଏବଂ ଏହାକୁ ଆଗକୁ ବଢେଇବାର ଋଣନୀତି ବିଷୟରେ ବିଚାର କରିବା ପାଇଁ କୁହାଯାଇଥିଲା । ଏହି ବୈଠକରେ ଅର୍ଥ ବ୍ୟବସ୍ଥାର ବିଭିନ୍ନ ବିଭାଗରେ ଋଣ ବଢାଇବା ଉପରେ ଏବଂ ସାଧନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ଏବଂ ଅନୁସନ୍ଧାନ ତଥା ତଥ୍ୟ ବିଶ୍ଳେଷଣରେ ସକ୍ଷମ ହେବା ପାଇଁ ଯାନ୍ତ୍ରିକ ବିଜ୍ଞାନର ପ୍ରୟୋଗ କରି ବରିଷ୍ଠ ନାଗରିକ, ଚାଷୀ, ଛୋଟ ବ୍ୟବସାୟୀ, ଯୁବ, ଛାତ୍ର, ମହିଳାଙ୍କ ଚାହିଦା ଏବଂ ଆକାଂକ୍ଷାର ଅନୁରୂପ ବ୍ୟାଙ୍କିଙ୍ଗକୁ ନାଗରିକ କେନ୍ଦ୍ରିତ କରିବା ଉପରେ ବିଚାର କରାଯାଇଥିଲା । ସେହିପରି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଭିନ୍ନ ପ୍ରତିଯୋଗିତାର ଆହ୍ୱାନକୁ ଦୃଷ୍ଟିରେ ରଖି ବିଷେଷଜ୍ଞ ମାନଙ୍କ ଦ୍ୱାରା ୯ଟି ବିଷୟ ଉପରେ ରାଷ୍ଟ୍ରାୟତ କ୍ଷେତ୍ର ବ୍ୟାଙ୍କ (ପିଏସବି)ରେ ସୁଧାର ଏବଂ ଏହାର ଭବିଷ୍ୟତର ରୂପରେଖା ଉପରେ ଚର୍ଚ୍ଚା କରାଯାଇଥିଲା ।

ଆର୍ଥିକ ବିକାଶ ପାଇଁ ଋଣ ପ୍ରଦାନ,ସଅର୍ଥନୈତିକ ମୂଳଦୂଆ/ଶିଳ୍ପ, କୃଷି କ୍ଷେତ୍ର ଏବଂ ଜଳ ଅର୍ଥବ୍ୟବସ୍ଥା, ଜଳଶକ୍ତି, ଲଘୁ ଉଦ୍ୟମ ଏବଂ ମୁଦ୍ରା ଋଣ, ଶିକ୍ଷା ଋଣ, ରପ୍ତାନୀ ଋଣ,ଲସବୁଜ ଅର୍ଥବ୍ୟବସ୍ଥା, ସ୍ୱଚ୍ଛ ଭାରତ, ବିତୀୟ ସମାବେଶନ ଏବଂ ମହିଳା ସଶକ୍ତିକରଣ, ପ୍ରତ୍ୟକ୍ଷ ଲାଭ ଅନ୍ତରଣ, କମ ନଗଦି/ଡିଜିଟାଲ ଅର୍ଥବ୍ୟବସ୍ଥା, କାର୍ଯ୍ୟ ସଂପାଦନରେ ସୂକ୍ଷ୍ମତା,ସ୍ଥାନୀୟ ପ୍ରାଥମିକତା ଉପରେ ଧ୍ୟାନ ଓ କର୍ପୋରେଟ୍ ସାମାଜିକ ଦାୟିତ୍ୱ ବିଷୟରେ ସଭାରେ ବ୍ୟାଙ୍କର ପ୍ରଦର୍ଶନ ଏବଂ ରାଷ୍ଟ୍ରିୟ ପ୍ରାଥମିକତା ସହିତ କିପରି ସଂଯୋଗ ହୋଇପାରିବ ଏହା ଉପରେ ସମୀକ୍ଷା ହୋଇଥିଲା । ବ୍ୟାଙ୍କରେ କାର୍ଯ୍ୟ ସଂପାଦନରେ କିପରି ସୁଧାର ଆସିବ ଏବଂ ଭବିଷ୍ୟତରେ ବ୍ୟାଙ୍କ ରୂପରେଖ କଣ ହେବା ଦରକାର ଏହାର ଉପରେ ଆଲୋକପାତ କରାଯାଇଥିଲା । ସେହିପରି ସମସ୍ତଙ୍କ ପ୍ରସ୍ତାବଗୁଡିକ ମିଳାଇ ପ୍ରତ୍ୟେକ କ୍ଷେତ୍ରୀୟସ୍ତରରେ ବ୍ୟାଙ୍କ ଶାଖାଗୁଡିକରେ ତୁଳାତ୍ମକ ନିଷ୍ପାଦନର ମୂଲ୍ୟାଙ୍କନ ସହ ଏସଏଲବିଶି/ରାଜ୍ୟସ୍ତରରେ ଆଗକୁ କିପରି ଏହା କାର୍ଯ୍ୟକ୍ଷମ ତାହା ପଠାଯାଇଛି ।

 

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପେର୍ଟ odiabarta.in
ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.