ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ବହୁଜନ ସମାଜ ପାର୍ଟିର ରାୟଗଡ଼ା ଜିଲ୍ଲାର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ଣ୍ଣଚନ୍ଦ୍ର ଟାକରି। ରାୟଗଡ଼ା ଜିଲ୍ଲା ସଭାପତି ଜିତେନ୍ଦ୍ର ଜାକାକାଙ୍କୁ ପଦୋନ୍ନତି ହୋଇଥିବାରୁ ତାଙ୍କ ସ୍ଥାନରେ ବିଷମକଟକ ବ୍ଲକ ଚାଟିକଣା ଗ୍ରାମର ପୂର୍ବତନ ଜିଲ୍ଲା ପ୍ରଭାରୀ ପୂର୍ଣଚନ୍ଦ୍ର ଟାକରିଙ୍କୁ ରାୟଗଡ଼ା ଜିଲ୍ଲାର ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀ ଭାବେ ବିଷମକଟକର ରାମଦାସ ଟାକରିଙ୍କୁ ରାଜ୍ୟ ସଭାପତି ସରୋଜ ନାଏକ ରାଜ୍ୟ କାର୍ଯ୍ୟାଳୟରେ ନିଯୁକ୍ତି ଦେଇଛନ୍ତି। ଦୁହେଁ ନିଜ ନିଜର କାର୍ଯ୍ୟଭାର ଗ୍ରହଣ କରିବା ସହ ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରି ରାୟଗଡ଼ା ଜିଲ୍ଲାରେ ବହୁଜନ ସମାଜ ପାର୍ଟିକୁ ସଶକ୍ତ ଓ ସୁଦୃଢ କରିବା ନେଇ ପ୍ରତିଜ୍ଞା କରିଥିଲେ।




