ଉଦ୍ଧାର ହୋଇଥିବା ବାଇକ ହେଲା ମାଲିକଙ୍କୁ ହସ୍ତାନ୍ତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମନିବାସୀ ବିଜେପି ଜିଲ୍ଲା ପ୍ରତିନିଧି ସଞ୍ଜୟ ଜୈନଙ୍କ ବାଇକ ଗତ କିଛି ମାସ ତଳେ ଚୋରୀ ହୋଇଥିଲା l ଏ ଘଟଣାକୁ ରିଷିଡା ଫାଣ୍ଡିଅଧିକାରୀ ମନୁଆ ବିଡ଼ିକା ଗୁରୁତ୍ୱର ସହ ନେଇଥିଲେ l ଗତ କିଛି ଦିନ ତଳେ ପୁଲିସ ଏକ ବାଇକ ଚୋର ରକେଟକୁ ଧରିବାରେ ସଫଳତା ପାଇଥିଲା ଓ ୯ ଟି ବାଇକ ଉଦ୍ଧାର କରିବା ସହ ଛଅ ଜଣ ଚୋରକୁ ଧରିଥିଲା l ଚୋରୀ ବାଇକ ମଧ୍ୟରେ ସଞ୍ଜୟ ଜୈନଙ୍କ ବାଇକ ମଧ୍ୟ ମିଳିଥିଲା l ଆଜି ଆବଶକୀୟ କାଗଜପତ୍ର ସମ୍ପାଦନ ପରେ ଫାଣ୍ଡିଅଧିକାରୀ ଶ୍ରୀ ବିଡ଼ିକା ଶ୍ରୀ ଜୈନଙ୍କୁ ବାଇକ ହସ୍ତାନ୍ତର କରିଥିଲେ l କଳାହାଣ୍ଡି ପୁଲିସର ଏହି ସଫଳତା ପାଇଁ ଶ୍ରୀ ଜୈନ କୃତଜ୍ଞତା ଜଣାଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.