ଘର ଭିତରେ ଝୁଲୁଛି ମହିଳାଙ୍କ ମୃତ ଦେହ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଘର ଭିତରେ ଝୁଲୁଛି ମହିଳାଙ୍କ ମୃତ ଦେହ। ଘଟଣା ଟି ହେଉଛି ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଧିନସ୍ଥ ପେଣ୍ଡରମାଲ ଗାଁର। ମୃତ ମହିଳା ଜଣକ ହେଲେ ଗାଁର ଅଗସ୍ତି ବାଗଙ୍କ ସ୍ତ୍ରୀ ଲକ୍ଷ୍ମୀ ବଗର୍ତ୍ତି। ତାଙ୍କ ସ୍ଵାମୀ ଅଗସ୍ତି ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିବା ବେଳେ ଗାଁରେ ମହିଳା ଜଣକ ତାଙ୍କ ଜଣେ ସାନ ଝିଅ ସହ ରହୁଥିଲେ। ତେବେ ଆଜି ସକାଳୁ କିଛି ଲୋକେ ତାଙ୍କ ଘର ପାଖକୁ କୌଣସି କାମ ପାଇଁ ଯାଇଥିବା ବେଳେ ତାଙ୍କୁ ଡାକି ଥିଲେ ହେଲେ ସେ ଶୁଣି ନ ଥିଲେ। ତେବେ ଘର କୁ ପ୍ରବେଶ କରିବା ପରେ ତାଙ୍କ ମୃତ ଦେହ ଝୁଲୁ ଥିବା ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ବଡ଼ମାଳ ଫାଣ୍ଡି ଓ ସଇଁତଳା ପୋଲିସ କୁ ଖବର ଦେଇଥିଲେ। ବର୍ତ୍ତମାନ ବଡ଼ମାଳ ପୋଲିସ ଓ ସଇଁତଳା ପୋଲିସ ଘଟଣା ସ୍ଥଳକୁ ଆସି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି। ତେବେ ମହିଳାଙ୍କୁ କିଏ ହତ୍ୟା କରି ଏହା ଆତ୍ମ ହତ୍ୟାର ରୂପ ଦେଇଛି ନା ମହିଳା ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.