ଦେବାଶିଷ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଉଡୋଲା ୟଙ୍ଗ୍ ଷ୍ଟାର୍ ଆସୋସିଏସନ ପକ୍ଷରୁ ଗୁରୁବାର ଦେବାଶିଷ ମେମୋରିଆଲ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଇଛି। ମୁଖ୍ୟ ଅତିଥି ଭାବେ ସୁରଥ ସରାବୁ ଯୋଗଦେଇ ଥିଲେ। ଅବସରପ୍ରାପ୍ତ ଶିକ୍ଷକ ଗଣେଶ ସତନାମି, ରଜନୀକାନ୍ତ ସରାବୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଉଦଘାଟିତ ମ୍ୟାଚ୍ ସିଉନି ଓ ଡୁଡୁକାଠେଙ୍ଗା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ସିଉନି ୧୦ ଓଭରରେ ୧୩୮ ରନ୍ ସଂଗ୍ରହ କରିଥିବା ବେଳେ ଡୁଡୁକାଠେଙ୍ଗା ୯ ୱିକେଟ ହରାଇ ୧୧୮ ରନ ସଂଗ୍ରହ କରି ପରାଜୟ ହୋଇଥିଲେ। ସେହିପରି ଦ୍ଵିତୀୟ ମ୍ୟାଚ୍ ସିର୍ଲିଗୁଡା ବନାମ ରଏନଗୁଡା ମଧ୍ୟରେ ହୋଇଥିଲା। ରଏନଗୁଡା ଦଳ ୬ ଓଭର୍ ରେ ମ୍ୟାଚ୍ ବିଜୟ ହୋଇ ଥିଲେ। ଶୌରଭ ସରାବୁ, ପିଣ୍ଟୁ କୋଚିଆ, ବସନ୍ତ ସରାବୁ, ଜନନ ସତନାମି ଆମ୍ପିୟାର ଭାବେ ରହି ଖେଳ ପରିଚାଳନା କରିଥିଲେ। ସ୍କୋରର ଅନିଲ ନାଏକ ଓ କେଶବ ମାଝୀ ରହିଥିବାବେଳେ ସୌରଭ ଓ ତୋଫାନ ନାଏକ ଧାରାବିବରଣୀ ପ୍ରଦାନ କରିଥିଲେ। ୟଙ୍ଗ୍ ଷ୍ଟାର୍ ଆସୋସିଏସନ ର ଆକାଶ ନାଏକ, ଅନନ୍ତ ସରାବୁ, ପିଣ୍ଟୁ ସତନାମି, ବିରେନ୍ଦ୍ର ରଣା, ନିମାଇଁ ସତନାମି, ଚିତ୍ତରଞ୍ଜନ ସରାବୁ, ହରେକୃଷ୍ଣ ସରାବୁ, କରନ, ପିଣ୍ଟୁ, ମନୋଜ, ଜଗା, ନୂତନ, ଅଜିତ, କେଶବ, ଆନନ୍ଦ, ହିମାଂଶୁ, ଶୁଭମ, ପ୍ରମୂଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.