ବାଲୁଗାଁ ମହାବିଦ୍ୟାଳୟକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶିକାଙ୍କ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଆଜି ବାଲୁଗାଁ ମହାବିଦ୍ୟାଳୟକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶିକା‌ ଡ଼ଃ ସରୋଜାଲକ୍ଷ୍ମୀ ସିଂହ ପରିଦର୍ଶନ କରିଛନ୍ତି। ଡ଼ଃ ସିଂହଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ସ୍ବାଗତ କରିବା ସହ ତାଙ୍କୁ ମହାବିଦ୍ୟାଳୟର ସମସ୍ତ ଶ୍ରେଣୀ କକ୍ଷ, ବିଜ୍ଞାନଗାର, ପାଠାଗାର ଆଦି ଦେଖାଇବା ସହ ମହାବିଦ୍ୟାଳୟର ନ୍ୟାସନାଲ କ୍ରେଡ଼ିଟ୍ କର୍ପସ (ଏନସିସି), ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍), ଯୁବ ରେଡକ୍ରସ୍ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ, ତତସହିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରୁଛନ୍ତି ବୋଲି କହିଥିଲେ।ଏହାପରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହ ଆଞ୍ଚଳିକ ନିର୍ଦ୍ଦେଶିକା ଡ଼ଃ ସିଂହ ଭାବ ବିନିମୟ କରିବା ସହ ନିଜର ଉତ୍ସାହୀ‌ ଓ ପ୍ରେରଣାଦାୟୀ ଅଭିଭାଷଣ ଛାତ୍ରଛାତ୍ରୀ ମାନଙ୍କ ମନୋବଳକୁ ଦୃଢ଼ କରିପାରିଛି ଏବଂ ଉତ୍ତମ ଶିକ୍ଷା ଗ୍ରହଣ କରି ଛାତ୍ରଛାତ୍ରୀ ମାନେ ନିଜର ପରିବାର, ମହାବିଦ୍ୟାଳୟ ଓ ଅଞ୍ଚଳକୁ ଗୌରବାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି। ବାଲୁଗାଁ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ, ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା, ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଦିକୁ ଆଞ୍ଚଳିକ ନିର୍ଦ୍ଦେଶିକା ଡ଼ଃ ସିଂହ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଅବସରରେ ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ‌ ଧନ୍ୟବାଦ୍ ଜ୍ଞାପନ କରିଥିଲେ ଏବଂ ମହାବିଦ୍ୟାଳୟର ପ୍ରତିଷ୍ଠାନ ଅଧିକାରୀ  ସୁଧାକର ନାୟକ, ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ,ଅଧ୍ୟାପିକା ବୃନ୍ଦ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.