ବନ୍ଧୁମିଳନରେ ବାଲେଶ୍ୱର ଲୋକ ମହୋତ୍ସବ କମିଟି ଗଣମାଧ୍ୟମକୁ ଜଣାଇଲା କୃତଜ୍ଞତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜି ବାଲେଶ୍ୱର ଲୋକ ମହୋତ୍ସବ କମିଟି ତରଫରୁ ସ୍ଥାନୀୟ ଫାଣ୍ଟାସି ହୋଟେଲ ସମ୍ମିଳନୀ କକ୍ଷରେ ଏକ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଆୟୋଜନ ହେଇଯାଇଛି। ନଭେମ୍ବର ୧୯ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ବାଲେଶ୍ୱର ଲୋକ ମହୋତ୍ସବ ଦ୍ୱିତୀୟ ବର୍ଷ ବହୁ ଆଡମ୍ବରରେ ସଫଳତାର ସହ ଆୟୋଜିତ ହେଇଥିବାରୁ କମିଟି ତରଫରୁ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କୃତଜ୍ଞତା ଜଣାଇବା ସହ ବାଲେଶ୍ୱର ଜ଼ିଲ୍ଲା ପ୍ରଶାସନ, ବିଶେଷ ଭାବେ ପୋଲିସ ପ୍ରଶାସନ, ସମସ୍ତ ଦୂର ଦୁରାନ୍ତରୁ ଆସିଥିବା ଷ୍ଟଲ, ସମସ୍ତ ସହଯୋଗର ହାତ ବଢ଼େଇଥିବ ସଂସ୍ଥା ଏବଂ ବିଶେଷ ଭାବେ ବାଲେଶ୍ୱର ବାସୀଙ୍କୁ ଯେଉଁମାନଙ୍କ ସହଯୋଗ ପାଇଁ ଆଜି ବାଲେଶ୍ୱର ଲୋକ ମହୋତ୍ସବ ଦ୍ୱିତୀୟ ବର୍ଷରେ ଶୀର୍ଷରେ ପହଁଚିଛି ଏବଂ ବହୁତ ବ୍ୟକ୍ତି ବିଶେଷ, ନେତୃବୃନ୍ଦ ଯେଉଁମାନଙ୍କ ଏକାନ୍ତ ସହଯୋଗ ଦୁଇ ବର୍ଷ ହେବ ଲୋକ ମହୋତ୍ସବ ଆଗେଇଚାଲିଛି ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଭାପତି ଅସିତ କୁମାର ଦାସ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ବିଶ୍ୱଜିତ ପରମାଣିକ, ଉପଦେଷ୍ଟା ବିପ୍ଳବ ମହାନ୍ତି, ଶାନ୍ତନୁ ଦାସ, ଗୌରାଙ୍ଗ ଦାସ, ଭାଗବତ ସାହୁ,ଉପାଧ୍ୟକ୍ଷ ଜିତେନ୍ଦ୍ର ଦାସ,ଶ୍ରୀମନ୍ତ ମାଝୀ, ବିକାଶ ପାଢ଼ୀ, କାର୍ଯ୍ୟକାରୀ ସଭାପତି ଶ୍ରୀମାନ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ, ଉପ ସଭାପତି ସୀମନ ଦାସ ମହାପାତ୍ର, ସୌଭାଗ୍ୟ ମାନସ ନାୟକ, କୋଷାଧ୍ୟକ୍ଷ ନିଶୀଥ କୁମାର ବାରିକ, ସମ୍ପାଦକ ରାଜେଶ ମହାକୁଡ଼, ତାପସ ପାଣିଗ୍ରାହୀ, ସଲିମ ଶୋବାସାହ, ସତ୍ୟ ପ୍ରକାଶ ପତି, ସାଙ୍ଗଠନିକ ସମ୍ପାଦକ ସମ୍ବିତ ବିଶ୍ୱାଳ, ସାସ୍କୃତିକ ସମ୍ପାଦକ ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ସହ ସମ୍ପାଦକ ଦେବଜ୍ୟୋତି ଦାସ ମହାପାତ୍ର, ହ୍ରିତ୍ଵିକ୍ ନାୟକ, କାର୍ଯ୍ୟକାରୀ ସଦସ୍ୟ ଜୟରାମ ଦାସ, ସୌମ୍ୟ ରଞ୍ଜନ ଯାଦବ, ଜିତେନ୍ଦ୍ର ମହାଳିକ, ମନୋରଞ୍ଜନ ନନ୍ଦୀ, ଯୋଗେଶ୍ୱର ଭଞ୍ଜ, ଉପେନ୍ଦ୍ର ବେହେରା, ଅଜୟ ପ୍ରଧାନ, ସମରେଶ ସାମଲ, ଜୟନ୍ତ ସେଠି, ଜଗନ୍ନାଥ ପାଣିଗ୍ରାହୀ, ଅନୁପମ ମିଶ୍ର, ସୁଶୀଲ ପଣ୍ଡା, ଲମ୍ବୋଦର ବେହେରା, ନିତ୍ୟାନନ୍ଦ ସେଠି, ଗୌତମ ପ୍ରଧାନ, ଅଜୟ ନାୟକ, ସିଦ୍ଧାର୍ଥ ପଣ୍ଡା,ଦିଲଦାର ହୁସେନ ପ୍ରମୁଖ ଉପସ୍ଥିତ ରହି ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏଥିରେ ବାଲେଶ୍ଵରର ସମସ୍ତ ଇଲେକ୍ଟ୍ରୋନିକ୍ ମିଡ଼ିଆ ଓ ପ୍ରିଣ୍ଟ୍ ମିଡ଼ିଆର ସାମ୍ବାଦିକମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.