ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଲମପୁର ସ୍ଥିତ ଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ଉତ୍ସବର ଦ୍ଵିତୀୟ ଦିବସ ଶୃଙ୍ଖଳିତ ଭାବେ ସମାପନ ହୋଇଛି।ବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲମପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କେଦାରନାଥ ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦୀପକ କୁମାର ସାହୁ, ଚକ୍ରଧର ନାଏକ, ପରମାନନ୍ଦ ଠାକୁର, ରଞ୍ଜନ କୁମାର ସାହୁ ଓ ଶରତ ଚନ୍ଦ୍ର ସୁନାନୀ ଯୋଗ ଦେଇଥିଲେ। ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟ ମଧ୍ୟରେ ହାଇ ଜମ୍ପ, ଲଙ୍ଗଜମ୍ପ, କବାଡି, ମ୍ୟୁଜିକଚେୟାର, ପୋଟାଟୋରେସ, ଦୌଡ ଭଳି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଅଧ୍ଯାପକ ଡୋଲେଶ୍ବର ମାଝୀ ଓ ଯୁକ୍ତ ତିନି କଲେଜ କ୍ରୀଡା ଶିକ୍ଷକ ସୁରେନ୍ଦ୍ର ବେହେରା ଖେଳ ପରିଚାଳନା କରୁଥିବା ବେଳେ ବରିଷ୍ଠ ଯୁବରେଡକ୍ରସ୍ ପରାମର୍ଶ ଦାତା ବିଭୁତି ଭୁଷଣ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପିକା ମଧୂମିତା ପଧାନ, ଇଂରାଜୀ ଅଧ୍ୟାପିକା ଜସ୍ମିନ ପାଣିଗ୍ରାହୀ, ଭୂଗୋଳ ଅଧ୍ୟାପିକା ଦିବ୍ୟାଶ୍ରୀ ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।





