ଡହଗାଁ ଗ୍ରାମ ପଂଚାୟତର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପିଅନ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କୋକସରା ଥାନା ସର୍ଗିଗୁଡା ଗ୍ରାମର ଗଗନେ ମାଝୀଙ୍କ ଠାରୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁପେଶ ମେହେର ସେହି ପଞ୍ଚାୟତର ପିଅନ ରୁପେଶ ନାଏକଙ୍କ ଜରିଆରେ ଇନ୍ଦିରା ଆବାସ ଯୋଜନାର ବିଲ କରିବା ପାଇଁ ୫୦୦୦ ଟଙ୍କା ଦାବି କରିଥିଲେ। ଏବଂ ଉକ୍ତ ଅଭିଯୋଗ ଅନୁଯାଇ ଉକ୍ତ ଦ୍ୱେୟଙ୍କ ନାମରେ ଏକ ଲାଞ୍ଚ ମାମଲା କୋରାପୁଟ ଭିଜିଲାନ୍ସ କେସ ନମ୍ବର ୪ ତା.୦୬.୦୧.୨୦୧୫ ରୁଜୁ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି କୋରାପୁଟ ଭିଜେଲାନ୍ସ ଅଭିଯୋଗ ଫର୍ଦ ଦାଖଲ କରାଯାଇଥିଲା। ଏବଂ ଅଭିଯୋଗ ଫର୍ଦ ଦାଖଲ ହେଲା ପରେ, ଏହି ମାମଲାରେ ସ୍ୱତନ୍ତ୍ର ଭିଜିଲାନସ ବିଚାରପତିଙ୍କ ପାଖରେ ୯ ଜଣ ସlକ୍ଷ୍ୟ ଗ୍ରହଣ କରାଯାଇ ଥିଲା। ଉକ୍ତ ସାକ୍ଷ୍ୟ ମାନଙ୍କର ବୟାନକୁ ଭିତ୍ତି କରି ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ଭବାନୀପାଟଣା ବଦ୍ରି ନାରାୟଣ ନନ୍ଦ, ଉକ୍ତ ଦିଇଜଣଙ୍କୁ ପ୍ରମାଣ ଅଭାବରୁ ସନ୍ଦେହରେ ଖଲାସ କରିଛନ୍ତି। ପ୍ରକାଶ ଥାଉକି ଉକ୍ତ ମାମଲାକୁ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ସା ପରିଚାଳନା କରୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.