ବେଲପଡା ଅଙ୍ଗନୱାଡି କେନ୍ଦ୍ର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ସୁସ୍ଥ ପରିବେଶ ଗଠନ ପାଇଁ ବୃକ୍ଷ ରୋପଣ ଏକ ବଳିଷ୍ଠ ମାଧ୍ୟମ

Omkar Vasthu
Omkar Vasthu

ଟିଟିଲାଗଡ,୨୦/୮ : ବର୍ତ୍ତମାନ ସମୟରେ ଗ୍ଲୋବାଲ୍ ୱାର୍ମିଙ୍ଗ ଏକ ଚିନ୍ତାର ବିଷୟ ପାଲଟିଛି । ବଢିବାରେ ଲାଗିଛି ଜଳବାୟୁ ପ୍ରଦୂଷଣ, ଔଦ୍ଯୋଗିକ ପ୍ରଦୂଷଣ, ବିକିରଣ ତଥା ପରିବେଶ ପ୍ରଦୂଷଣ । ପରିବେଶକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ସୁସ୍ଥ ପରିବେଶ ଗଠନ ପାଇଁ ବୃକ୍ଷ ରୋପଣ ଏକ ବଳିଷ୍ଠ ମାଧ୍ୟମ ହୋଇଥିବାରୁ ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଟିଟିଲାଗଡ ବ୍ଲକ ବିଜେପୁର ମଣ୍ଡଳ ଅଧିନସ୍ଥ ବେଲପଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ପରିଷରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବେଲପଡା ଅଙ୍ଗନଓ୍ବାଡି କର୍ମୀ ଶ୍ରୀମତୀ ରୋଜାଲିନ୍ ବେହେରା ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମିଳିତ ପ୍ରଚେଷ୍ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ସିଡିପିଓ ଶ୍ରୀମତୀ ଗୀତା ଭୋଇ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପୁର ମଣ୍ଡଳର ସୁପରଭାଇଜର କୁମାରୀ ପୂର୍ଣିମା ବୈଠାରୁ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ବୃକ୍ଷ ରୋପଣର ଉପକାରିତା ବିଷୟରେ ବୁଝାଇବା ସହ ଉତ୍ସାହ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ସ୍ଥାନୀୟ ଆଶା କର୍ମୀ ଶ୍ରୀମତୀ ସୁନିତା ନାଗ, ଶ୍ରୀଯୁକ୍ତ ପୌଲସ୍ତି ବିଶି, ଶ୍ରୀଯୁକ୍ତ ତିଳକ ବିଶି, ଶ୍ରୀଯୁକ୍ତ ତ୍ରୀମନ ବିଶି ତଥା ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ସ୍ବୟଂ ସହାୟକ ଗୋଷ୍ଠୀ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରି ପରିବେଶ ସୁରକ୍ଷା କରିବାର ପ୍ରୟାସ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଛି ଏହି ସଂଗଠନ ।

ଟିଟିଲାଗଡରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.