ଘଣ୍ଟମାଳ ମଣ୍ଡି ଉଦ୍ଘାଟିତ: ପ୍ରଥମ ଦିନରେ ଉଠିଲା ୭ ଜଣ ଚାଷୀଙ୍କ ୩୫୫ କ୍ଵିଣ୍ଟାଲ ଧାନ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ୨୧ ଗୋଟି ମଣ୍ଡି(ପ୍ୟାକ୍ସ ଓ ଉପମଣ୍ଡି) ମଧ୍ୟରୁ ନର୍ଲା ପ୍ୟାକ୍ସ୍ ରେ ପ୍ରଥମ ମଣ୍ଡି ବୁଧବାର ଉଦ୍ଘାଟିତ ହୋଇଥିଲା। ଶୁକ୍ରବାର ନର୍ଲା ପ୍ୟାକ୍ସ ଅଧିନସ୍ଥ ଉପମଣ୍ଡି ଭାବରେ ମାଣ୍ଡେଲ ମଣ୍ଡି ଓ ଆଜି ଶନିବାର ନର୍ଲା ପ୍ୟାକ୍ସ ଅଧିନସ୍ଥ ଘଣ୍ଟମାଳ ମଣ୍ଡି ଉଦ୍ଘାଟିତ ହୋଇଯାଇଅଛି।ନର୍ଲା ପ୍ୟାକ୍ସ ସଭାନେତ୍ରୀ ମଞ୍ଜୁଲତା ଗୌଡ଼ଙ୍କ ନେତୃତ୍ୱରେ ଶନିବାର ପୂର୍ବାହ୍ନ ୧୦.୩୦ ସମୟରେ ନର୍ଲା- ଭବାନୀପାଟଣା ମୁଖ୍ୟ ରାସ୍ତା ଘଣ୍ଟମାଳ ଲକ୍ଷ୍ମୀ ବସଷ୍ଟାଣ୍ଡ ପାଖରେ ଏହା ଉଦ୍ଘାଟିତ ହୋଇଯାଇଅଛି। ଏଥିରେ ଅତିଥି ଭାବରେ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ଘଣ୍ଟ ମାଳ ସରପଞ୍ଚ ଦେବେନ୍ଦ୍ର ସା ପ୍ରମୁଖ ଯୋଗଦାନ କରି ମା ମହାଲକ୍ଷ୍ମୀ ଫଟୋ, ଓଜନ ମେସିନ, ଆଦ୍ରତା ପରିମାପକ ଯନ୍ତ୍ର ଓ ଧାନ ବସ୍ତା କୁ ପୂଜା କରିଥିଲେ ମଣ୍ଡି ଉଦ୍ଘାଟନ କରିଥିଲ। ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀ ଚନ୍ଦନ, ପ୍ୟାକ୍ସ ଡାଇରେକ୍ଟର ଅଭୟ ଚାନ୍ଦ, ଧନୁର୍ଦ୍ଧର ସେନାପତି, ବୁଢୀପଦର ରାମାନୁଜ ଏଗ୍ରୋ ରାଇସ ମିଲ ର ପ୍ରତିନିଧି ବଣ୍ଟି ଖେତାନ, ବିଶିଷ୍ଟ ଚାଷୀ ମାନଙ୍କ ମଧ୍ୟରେ ଉତ୍ସବ ସା, ଦୟାମୟ ପଧାନ, ପ୍ରଶାନ୍ତ ସା, ମାଣିକ୍ୟ ପାତ୍ର, ପିତାମ୍ବର ପାତ୍ର, ନୁରୁ ସାହୁ. ଲଳିତ ସାହୁ, ଜଗୁଲାଲ ସା,ସୁଦାମ ପଧାନଙ୍କ ସମେତ ୩୦ ରୁ ଉର୍ଦ୍ଧ୍ବ ଚାଷୀ ଉପସ୍ଥିତ ଥିଲେ। ନର୍ଲା ପ୍ୟାକ୍ସ ସମ୍ପାଦକ ଲବକାନ୍ତ ସା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମବାୟ ସମିତିର ଡିଇଓ କେତନ ବଗର୍ତ୍ତୀ, ଆରଏମସି କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରଥମ ଦିନରେ ୭ ଜଣ ଚାଷୀଙ୍କ ୩୫୫ କ୍ଵିଣ୍ଟାଲ ଧାନ ଉଠିଥିବା ଜଣାପଡିଛି। କାର୍ଯ୍ୟକ୍ରମ ଶେଷରେ ପ୍ୟାକ୍ସ ସଭାନେତ୍ରୀ ଶ୍ରୀମତୀ ଗଉଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.