ବାଲେଶ୍ୱର ବାୟୁସେନା ସଂଗଠନର ଲୋକକଲ୍ୟାଣ କାର୍ଯ୍ୟକ୍ରମରେ ଶୀତବସ୍ତ୍ର ବଣ୍ଟନ

ବୃଦ୍ଧବୃଦ୍ଧାମାନେ ନିଜ ଘରେ ସୁଖରେ ରହିବା ନେଇ ଯୁବବର୍ଗ ସଚେତନ ହେବା ଦରକାର, କହିଲେ ସଭାପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ବାୟୁ ସେନା ସଂଗଠନ ତରଫରୁ ଗୁଡ, ଅନନ୍ତପୁର ବ୍ଲକ ସ୍ଥିତ ଶିବ ମୁନି ସେବା ସଂଗଠନ ମାନବ ମନ୍ଦିରରେ ବୟସ୍କ ବୃଦ୍ଧବୃଦ୍ଧାମାନଙ୍କ ପାଇଁ ଶୀତ ବସ୍ତ୍ର ବଣ୍ଟନ ଓ ଭୋଜନର ବନ୍ଦୋବସ୍ତ କରା ଯାଇଥିଲା।

ଏଥିରେ ବାୟୁସେନା ସଂଗଠନର ସଭାପତି ଶିବ ଦାସ କୁଣ୍ଡୁ, ବଂଶୀଧର ସାହୁ, ଉପସଭାପତି, ମହେଶ୍ବର ବେହେରା, ସମ୍ପାଦକ, ରାଜକିଶୋର ଜେନା, ସହସଂପାଦକ, କୃଷ୍ଣବନ୍ଧୁ ମିଶ୍ର, କୋଷାଧ୍ୟକ୍ଷ, ରସାନନ୍ଦ ବେହେରା, ସହ କୋଷାଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ନିଜର ପରିବାର ସହିତ ଯୋଗ ଦେଇ ବୃଦ୍ଧା ଆଶ୍ରମର ଅନ୍ତେବାସୀମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥିଲେ।

ଯୋଗ ଦେଇଥିବା ସଦସ୍ୟ ଓ ତାଙ୍କ ପରିବାର ବର୍ଗଙ୍କ ମଧ୍ୟରୁ ପରମେଶ୍ବର ବେହେରା, ବିଷ୍ଣୁ ଚରଣ ମହାପାତ୍ର, ଦେବେନ୍ଦ୍ର ସ୍ୱାଇଁ, ବୈଦ୍ୟନାଥ ପଣ୍ଡା, ମିନତି ପଣ୍ଡା, କୃଷ୍ଣ ଚରଣ ନାୟକ, ପ୍ରଭାତ ପାକଳ, କମଳାକାନ୍ତ ପଣ୍ଡା, ସୁନନ୍ଦ ପଣ୍ଡା, ନମିତା ପଣ୍ଡା, ଅନିମା ନାୟକ, ମାନସ ନାୟକ, ଅଶୋକ କୁମାର ଦାଶ ଓ ହିରଣ୍ମୟୀ ପଣ୍ଡା, ବିଜୟ ଲକ୍ଷ୍ମୀ ମିଶ୍ର, ସ୍ଵପ୍ନା କୁଣ୍ଡୁ, ନମିତା ଜେନା, ଅପର୍ଣ୍ଣା ବେହେରା, ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଆଦି ପ୍ରମୁଖ କର୍ମୀ ଯୋଗ ଦେଇ ବୃଦ୍ଧା ଆଶ୍ରମର ଅନ୍ତେବାସୀ ମାନଙ୍କର ମନୋବଳ ବଢାଇବା ସହ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା ସଂଗଠନର ଅଜୟ ଦାସ ଓ ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ।

ଏହି ଅବସରରେ ଆଶ୍ରମର ଦାୟିତ୍ଵ ନେଇଥିବା ସୁଧାକର ମୁନିଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଭାଗ ନେଇଥିବା ସଦସ୍ୟମାନେ ସମାଜର ଅବହେଳିତ ବୃଦ୍ଧବୃଦ୍ଧାମାନଙ୍କ ପ୍ରତି ସନ୍ତାନସନ୍ତତିଙ୍କ ଅବହେଳା ବିଷୟରେ ଘୋର ଚିନ୍ତାବ୍ୟକ୍ତ କରିଥିଲେ।

ଭବିଷ୍ୟତରେ ସମାଜରେ ଯେପରି ବୃଦ୍ଧବୃଦ୍ଧା ମାନେ ନିଜ ଘରେ ସୁଖରେ ରହି ପାରିବେ ସେଥିପାଇଁ ଯୁବବର୍ଗଙ୍କୁ ଆହ୍ବାନ ଦେଇଥିଲେ। ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ସଭା ସମାପନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.