୨୮୭ ଛାତ୍ର ଛାତ୍ରୀ ଦେଲେ ନବୋଦୟ ପ୍ରବେଶିକା ପରୀକ୍ଷା

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ସାରା ଓଡ଼ିଶାରେ ଷଷ୍ଠ ଶ୍ରେଣୀ ପ୍ରବେଶିକା ନିମନ୍ତେ ଜବାହାର ନବୋଦୟ ବିଦ୍ୟାଳୟ ତରଫରୁ ପ୍ରବେଶିକା ପରୀକ୍ଷା ଆୟୋଜନ ହୋଇଯାଇଛି | ଏହି ପରିପେକ୍ଷୀରେ କଲ୍ୟାଣସିଂହପୁର ବ୍ଲକ ସଦର ମୋହକୁମାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୧୦ ଟି କୋଠରୀ ରେ ୨୪୦ ଜଣ ଆବେଦନ କାରୀ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୧୫୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଅବଶିଷ୍ଟ ୮୭ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ | ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦଳେଇ ସୁପରିଟେଣ୍ଟ ଭାବେ ରହିଥିବା ବେଳେ ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ ।ସେହିପରି ଶିକରପାଇ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୯ ଗୋଟି କୋଠରୀରେ ୨୦୪ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୧୩୪ଜଣ ପରୀକ୍ଷା ଦେଇଛନ୍ତି ବଳକା ୭୦ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ରହିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି ସୁପରିଟେଣ୍ଟ ଭାବେ ରହି ଥିବା ବେଳେ ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ । ଏଠାରେ ବ୍ଲକର ସମୁଦାୟ ୨୮୭ ଜଣ ଛାତ୍ର ଛାତ୍ରୀ ନିଜ ଭବିଷ୍ୟତ ଗୋଠନ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇଛନ୍ତି | ଏହି ଦୁଇ ଟି ପରୀକ୍ଷା କେନ୍ଦ୍ରକୁ ଅତିତିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ ଅବ୍ ଜରର୍ବର ଭାବେ ରହିଥିଲେ । ଜବାହାର ନବୋଦୟ ବିଦ୍ୟାଳୟ ର ବିଭାଗୀୟ ସିଏଲଓ ଆଲୋକ ଶିକରପାଇ ରେ ଓ ଏନ ଗୋପାଳ ପାତ୍ର କଲ୍ୟାଣସିଂହପୁର ପାଇଁ ପରିଦର୍ଶିକ ଭାବେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.