ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସାମାଜିକ ସମରସତା ଓ ନିଶା ମୁକ୍ତ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ଵ ହିନ୍ଦୁ ପରିଷଦ, କଳାହାଣ୍ଡି ପକ୍ଷରୁ ସାମାଜିକ ସମରସତା କାର୍ଯ୍ୟକ୍ରମ ମଦନ ମୋହନ ମନ୍ଦିର, ମନ୍ଦାର ବଗିଚା ପଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିମର୍ଶ ପ୍ରମୁଖ ଦେବୀ ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବୁଦ୍ଧିଜୀବୀ ପ୍ରମୁଖ ଦେବୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର କ୍ଷେତ୍ରୀୟ ସଙ୍ଗଠନ ମନ୍ତ୍ରୀ ମାନନୀୟ ଗୌତମ ସରକାର ଯୋଗଦେଇ ଏକ ସମରସ ସମାଜ ଗଠନ ନିମନ୍ତେ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନଗରର ବହୁ ବିଶିଷ୍ଟ ବ୍ୟକ୍ତି ମାତୃଶକ୍ତି ଓ ପରିଷଦର ଜିଲ୍ଲା ବିମର୍ଶ ସମ୍ପାଦକ ସେବକ ରାମ ସାହୁ, ଜିଲ୍ଲା ବିଶେଷ ସମ୍ପର୍କ ପ୍ରମୁଖ କୃଷ୍ଣ ମୋହନ ଯୋଷୀ, ସମ୍ପାଦକ ଲାଛିଆ ପାତ୍ର, ସଦର ସଭାପତି ସନ୍ତୋଷ ଦାସ, ନଗର ସମ୍ପାଦକ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସସରରେ ଶାସ୍ତ୍ରିଜୀ ମହିଳା ବିଦ୍ୟା ନିକେତନରେ ନିଶା ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ନମିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁ ବାଳା ଦେବୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଏକ ନିଶା ମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ଆହ୍ବାନ ଦେଇଥିଲେ। ପରିଷଦର ଜ୍ୟୋସ୍ନା ସାହୁଙ୍କ ସମେତ ମାତୃଶକ୍ତି, ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.