ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ପକ୍ଷରୁ ଭବାନୀପାଟଣା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜ ବିହାର ଠାରେ ସପ୍ତଶକ୍ତି ସଙ୍ଗମ ଅନୁଷ୍ଠିତ ହୋଇଯାଇଛି l ମାତୃ ଭାରତୀର ଅଧ୍ୟକ୍ଷା ଅମୃତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହିଳା ସମନ୍ଵୟ ଓ ଧର୍ମ ଜାଗରଣ ସମନ୍ଵୟ ଜିଲ୍ଲା ସଂଯୋଜିକା ବଲବୀର କୌର, ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ଉପାଧ୍ୟକ୍ଷା ଡାକ୍ତର ହେମାଙ୍ଗିନୀ ମେହେର, କଳ୍ପନା ରଥ, ସ୍ନେହଲତା ଷଡ଼ଙ୍ଗୀ,ସବିତା ଦାଶ, ସୁଦେଷ୍ଣା ପଣ୍ଡା, ସମ୍ମାନିତ ଅତିଥି ଓ ରାଷ୍ଟ୍ର ସେବିକା ସମିତି ଜିଲ୍ଲା କାର୍ଯ୍ୟବାହିକା ପ୍ରତିଭା ଭୋଇ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ମାତୃ ଶକ୍ତିର ଜାଗରଣ ଓ ସପ୍ତଶକ୍ତି ସଙ୍ଗମ ବିଷୟରେ ଆଲୋଚନା କରିଥିଲେ l ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟା ସୁମତି ମୁଣ୍ଡଙ୍କ ସଂଯୋଜନା କରିଥିଲେ l ଆଚାର୍ଯ୍ୟା ରଶ୍ମିତା ପଣ୍ଡା ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ l ସୁକାନ୍ତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ବନ୍ଦେ ମାତରମ୍ ଗାନ ପରେ କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା l





